ଦଶପଲ୍ଲା : ନିଖିଳ ଉତ୍କଳ ଇପିଏଫ ପେନସନରସ୍ ଆସୋସିଏସନ୍ ନୟାଗଡଙ୍କର ଆନୁକୁଲ୍ୟରେ ଦଶପଲ୍ଲା ଖୋଲ ମହାବୀର ମନ୍ଦିର ପ୍ରାଙ୍ଗଣରେ ଇପିଏ ଫ୍ 95 ପେନସନ ଉପରେ ନୟାଗଡ ଜିଲ୍ଲାର ସମସ୍ତ ସଭ୍ୟ, ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ହେଇଥିଲା । ଉକ୍ତ ବୈଠକ ସୁନ୍ଦର ମନୋରମ ପରିବେଶରେ ନୟାଗଡ଼ର ସଂଘ୍ ର ଜେନେରାଲ ସେକ୍ରେଟାରୀ ଜୟକୃଷ୍ଣ ଜେନାଙ୍କ ତତ୍ତ୍ଵାବଧାନରେ ଗଦାଧର ବେହେରା, କୃପାସିନ୍ଧୁ ରଥ , ପ୍ରସନ୍ନ କୁମାର ରଥ , ବିଷ୍ଣୁ କିଶୋର ବେହେରା, ବାମଦେବ ମନ୍ଥନ , ମଧୁସୁଦନ ଦାସଙ୍କ ଉପସ୍ଥିତିରେ ନୟାଗଡ ଏନ ଡି ସି ସି ବ୍ୟାଙ୍କଠାରୁ ଅବସର କାଳୀନ ଲିଗାଲ ପ୍ରାପ୍ୟ ଠିକଣା ସମୟରେ ପାଇନଥିବାରୁ ପ୍ରାୟ ସମସ୍ତ ସଭ୍ୟ ସଭ୍ୟା ଉଦବେଗ ପ୍ରକାଶ କରିଥିଲେ । ଆଜିର ସଭାରେ ସଂଘର ନିଷ୍ପତି କ୍ରମେ ଲିଖିତ ଆକାରରେ ଜଣାଇବା ପାଇଁ ସଭାପତି ଙ୍କୁ କୁହାଯାଇଥିଲା । ଯଦି ସରକାର ସାତଦିନ ମଧ୍ୟରେ କିଛି ପଦକ୍ଷେପ ନ ନିଅନ୍ତି , ତେବେ ସଂଘର କୋର କମିଟି ବସାଇ ସଂଘର ନିଷ୍ପତି ଅନୁଯାଇ ପଦକ୍ଷେପ ନେବାକୁ ସମସ୍ତେ ନିଷ୍ପତ୍ତି ନେଇଥିଲେ ।