ଏସଆଇ କେଳେଙ୍କାରୀ : ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର: ଓଡିଶା ପୋଲିସ ନିଯୁକ୍ତି ବୋର୍ଡ୍ (ଓପିଆର ବି) ଦ୍ୱାରା ଆୟୋଜିତ ସବ୍-ଇନ୍ସପେକ୍ଟର୍ ପରୀକ୍ଷା ଜାଲିଆତି ମାମଲାରେ ମୋଟ ୧୨୩ ଜଣ ଵ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ସେମାନଙ୍କ ମଧ୍ୟରୁ  ୧୧୪ ଜଣ(ଅଶାୟୀ) ପରୀକ୍ଷାର୍ଥୀ ୭ଜଣ ଦଲାଲ ଏପରି ମୋଟ ୧୨୧ ଜଣ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ।  ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଜ୍ଞାନେନ୍ଦ୍ର କୁମାର ବାରିକ ଏହାର ଶୁଣାଣି କରି ୧୧୭ ଜଣ ଅଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟପଟେ ୭ ଜଣ ଦଲାଲଙ୍କ ଜାମିନ ଖାରଜ କରିଦେଇଛନ୍ତି। ଏନେଇ ଏପିପି ରଜତ କୁମାର ଦାଶ ସୂଚନା ଦେଇଛନ୍ତି। ଆଜି ଅଶାୟୀମାନେ ଜାମିନରେ ଵ୍ରହ୍ମପୁର ଜେଲରୁ ବାହାରିବେ। ସେହିପରି ସେମାନଙ୍କ ପରିବାର ଲୋକଙ୍କ ଭିଡ଼ ଏବେ ଜେଲ ବାହାରେ ଦେଖିବାକୁ ମିଳିଛି।

Comments (0)
Add Comment