ଦାୟିତ୍ୱ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି

ଭୁବନେଶ୍ୱର: ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶୋଭନା ମହାନ୍ତି। ଯୋଗ ଦେବା ପରେ ସେ କହିଛନ୍ତି, କେହି ଆଇନଠାରୁ ଊଦ୍ଧର୍‌ବରେ ନୁହନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର। ମାତ୍ର କିଛି ସମୟ ହେଲା ଦାୟିତ୍ୱ ନେଇଛି, ସବୁକିଛି ଅନୁଧ୍ୟାନ କରିବି। ତଦନ୍ତ ପରିସର ଭିତରେ ଯିଏ ଦୋଷୀ ହେବେ, ନିଶ୍ଚିତ ଦଣ୍ଡ ପାଇବେ। ବାଲେଶ୍ବର ଆଦି ଘଟଣାରେ ସରକାର ତ୍ୱରିତ ପଦକ୍ଷେପ ନେଇଥିବା ସେ କହିଛନ୍ତି।

Comments (0)
Add Comment