ଓଡ଼ିଶା ଉପରେ ଆତଙ୍କବାଦୀଙ୍କ ନଜର

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶା ହାଇଆଲର୍ଟରେ ରହିଛି। ପୁରୀ, ଭୁବନେଶ୍ୱର, କଟକ, ପାରାଦୀପ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହର ସମେତ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ଉପକୂଳ ତଥା ସମୁଦ୍ରାଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଛି। ଦିଲ୍ଲୀ ଘଟଣାରେ ଓଡ଼ିଶା ଲିଙ୍କ୍‌ ରହିଥିବା ଚର୍ଚ୍ଚା ହେଉଥିବାରୁ ଏଠାରେ ଆତଙ୍କୀ ଲୁଚିଥିବା ସନ୍ଦେହରେ ଚେକିଂ ଓ ବ୍ଲକିଂ ଜାରି ରହିଛି। ଅନ୍ୟପକ୍ଷରେ ପୂର୍ବରୁ ଆତଙ୍କବାଦୀ ଲିଙ୍କ୍‌ରେ ଓଡ଼ିଶାରୁ ଅନେକ ଦେଶଦ୍ରୋହୀଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ଆତଙ୍କୀ ସଂଗଠନକୁ ଠାବ କରାଯାଇଛି।

Comments (0)
Add Comment