ଦଶପଲ୍ଲା : ଆଜି ଦଶପଲ୍ଲା ନିକଟସ୍ଥ ଖମାରସାହିଠାରେ ଦଶପଲ୍ଲା ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖମାରସାହି ପଞ୍ଚାୟତର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ସାମିଲ ହୋଇଥିଲେ । ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନାଜେନା, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ବ୍ଲକ ପୂର୍ବତନ ଅଧକ୍ଷ ଉପେନ୍ଦ୍ର କୁମାର ସାହୁ, ଦଶପଲ୍ଲା ବ୍ଲକ ବିଜେଡ଼ି ସଭାପତି ସୁଦାମ ଚରଣ ନାୟକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜୋନର ଜିଲ୍ଲା ପରିଷଦ ସଭ୍ୟ, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର କେତେକ କାଉନସିଲର ଏବଂ ଖମାରସାହି ପଞ୍ଚାୟତର ଜନସାଧାରଣ ଏହି କର୍ମୀ ସମ୍ମିଳନୀରେ ଯୋଗଦେଇ “ସେବା ଓ ସମର୍ପଣ ର ୪ ବର୍ଷ, ପ୍ରଗତି ପଥେ ଖମାରସାହି ପଞ୍ଚାୟତ ” ନାରା ଦେଇ ଖମାରସାହି ପଞ୍ଚାୟତ ପରିଭ୍ରମଣ କରିଥିଲେ । ଶ୍ରୀ ବେହେରା ଖମାରସାହି ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଥିଲେ ।