ପୁରୀରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ପର୍ଯ୍ୟଟନ ସଚିବ

ପୁରୀ : ବାତ୍ୟା ଦାନାର ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଯୁକ୍ତ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ ଆଜି ପୂର୍ବାହ୍ନରେ ପୁରୀରେ ପହଞ୍ଚିଛନ୍ତି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ବିନୀତ ଅଗ୍ରୱାଲଙ୍କ ସହ ଆଲୋଚନା ପରେ ଶ୍ରୀ ସିଂ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ । କୋଣାର୍କ ଚନ୍ଦ୍ରଭାଗା ସ୍ଥିତ ବହୁମୁଖୀ ଆଶ୍ରୟ ସ୍ଥଳକୁ ପରିଦର୍ଶନ ସହ ଲୋକମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ବିଦ୍ୟୁତ କଟିବାର ସମ୍ଭାବନା ଥିବାରୁ ବିକଳ୍ପ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ଚିକିତ୍ସା ସୁବିଧା ଇତ୍ୟାଦି ସମ୍ପର୍କରେ ସେ ଏନଏସି କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ କୋଣାର୍କ ନୋଳିଆ ବସ୍ତି ଅନୁଧ୍ୟାନ କରି ବସ୍ତି ବାସିନ୍ଦାମାନେ ସୁରକ୍ଷିତ ରହିବାକୁ ଆଶ୍ରୟ ସ୍ଥଳକୁ ଯିବାକୁ ପରାମର୍ଶ ଦେଇଥିଲେ ।

Comments (0)
Add Comment