ନାରାୟଣନଗରରେ ବୁଣାକାର ସଚେତନତା କାର୍ଯ୍ୟକ୍ରମ

ଜହ୍ନାପଙ୍କ,୧୩/୮: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣନଗରର ଗଙ୍ଗାଧର ମେହେର ଛକଠାରେ ଅଞ୍ଚଳର ବୁଣାକାରମାନଙ୍କୁ ନେଇ ଏକ ସଚେତନତା ସମାବେଶ ରବିବାର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ, ପାନୀୟ ଜଳ ଯୋଗାଣ ଓ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଣାକାର ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ବୟନିକା ସଭାପତି ପ୍ରକାଶ ମେହେର, କଣ୍ଟାମାଳ ବ୍ଲକ ମେହେର ସମାଜର ସଭାପତି ପଙ୍କଜ ମେହେର , ବୟନିକା ସୁପରଭାଇଜର ଟୁନି ମେହେର, ବରିଷ୍ଠ ବୁଣାକାର ନାରାୟଣ ମେହେର ଯୋଗ ଦେଇ ବୁଣାକାର ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଅବଗତ କରିଥିଲେ । ବୁଣାକାର ମାନଙ୍କ ପାଇଁ ଆସିଥିବା ବିଦ୍ୟୁତ ଇନଭର୍ଟର ମୁଖ୍ୟ ଅତିଥି ଶ୍ରୀ ଅମାତ ପ୍ରଦାନ କରିଥିଲେ । ଚନ୍ଦ୍ରଚୁଡ ତନ୍ତୁବାୟ ସମବାୟ ସମିତିର ସଂପାଦକ ରମେଶ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୟନିକା ସୁପରଭାଇଜର ଦେବେନ୍ଦ୍ର ଭୋଇ ସମାବେଶର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିଲେ । ପୂର୍ବତନ ସରପଂଚ ରାଜେନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ନାରାୟଣ ନଗର,ଜଗତି,ସୁବର୍ଣ୍ଣପୁର, ହରିପୁରର ବହୁ ବୁଣାକାର ଭାଇମାନେ ଯୋଗ ଦେଇଥିଲେ ।

Comments (0)
Add Comment