ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବ୍ଳକ,ଆର ଉଦୟଗିରି ବ୍ଳକ, ନୂଆଗଡ଼ ବ୍ଳକର ସମସ୍ତ କୃଷକ ସାଥି, ଭିଏଲ୍ଡବ୍ଲୁ, ଓଭରସିୟର ଉଦ୍ୟାନ କୃଷି ସଂପ୍ରସାରଣ କର୍ମଚାରୀ, ଏଟିଏମ, ଆସିଷ୍ଟାଣ୍ଡ ଇଞ୍ଜିନିୟର, ଟେକ୍ନିସିଆନ, ସମସ୍ତ ସରକାରୀ କୃଷି ଅଧିକାରୀ, ବ୍ଳକ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । କଠକର ମୁଖ୍ୟ ସଂଗ୍ରାମ କେଶରୀ ପରମ ଗୁରୁ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାଶ, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସରକାରଙ୍କର କୃଷି, ଉଦ୍ୟାନ ଓ ମୃତ୍ତିକା ସଂରକ୍ଷଣର ବିଭିନ୍ନ ଯୋଜନା ଉପରେ ସଚେତନତା କରାଯାଇଥିଲା । ଏମାନେ ତୃଣମୂଳ ସ୍ତରକୁ ଯାଇ ଚାଷୀକୁ ସରକାରଙ୍କର ଯୋଜନା ଉପରେ ସଚେତନତା କରାଇବେ । ଚାଷୀ କିପରି ସରକାରଙ୍କ ଯୋଜନା ଉପକୃତ ହେବେ ତାହା ଉପରେ ଏକ ଦିନିଆ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆର ଉଦୟଗିରି ଏଡିଓ ସୁରେନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ ।