ଜିଲ୍ଳା କଂଗ୍ରେସ ଭାରତ ଯୋଡ ଆନ୍ଦୋଳନର ପ୍ରସ୍ତୁତି ବୈଠକ

ନବରଙ୍ଗପୁର: ଆସନ୍ତା ୨୬ ଜାନୁୟାରୀ ମହାନ ଜନରାଜ୍ୟ ଦିବସରେ ନବରଙ୍ଗପୁର ଜିଲ୍ଲାରେ ଭାରତ ଜୋଡ ଯାତ୍ରା ଶୁଭାରମ୍ଭ ହେବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମାନ୍ୟବର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ବାସ ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା ଭାରତ ଜୋଡ ଅଧ୍ୟକ୍ଷ ପଦ୍ମନ ବିଶୋଇଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ସଫଳତା ପାଇଁ ବାହିନୀପତିଙ୍କ ସହ ସମୀକ୍ଷା ବୈଠକ ହୋଇଥିଲା । ସେଦିନ ସକାଳ ଠିକ୍‌ ଦଶ ଘଣ୍ଟା ସମୟରୁ ଏହି ଶୋଭାଯାତ୍ରା ବାହାରିବ । ଅଖିଳ ଭାରତୀୟ କଂଗ୍ରେସ କମିଟିଙ୍କ ନିର୍ଦ୍ଦେଶ ପ୍ରକାରେ ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ମୁତି ପୀଠ ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ହାତରେ ହାତ ଜୋଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହା ପରେ ପରେ ଏ ପଦଯାତ୍ରା ଜୟପୁର ନିର୍ବାଚନ ମଣ୍ଡଳୀ ବୋରିଗୁମ୍ମା ଦେଇ ଅଭିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଜୟପୁର ଠାରେ ଭାରତ ଜୋଡ ଯାତ୍ରା ହେବ । ଏଥିରେ ରାଜ୍ୟ କଂଗ୍ରେସ ଦଳ ମୁଖିଆ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଭାରତ ଜୋଡର ରାଜ୍ୟ ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ନୂଆପଡ଼ା ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସଦନ ନାୟକ ଯୋଗ ଦେବେ । ଆଜିର ଏହି ସମୀକ୍ଷା ବୈଠକରେ ବରିଷ୍ଠ ନେତା ସଦନ ନାୟକ, ପିସିସି ସଭ୍ୟ ଦିଲ୍ଲିପ କୁମାର ବେହେରା, ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟା ମନିଶା ତ୍ରିପାଠୀ, ଅଗ୍ନିପୁର ସରପଞ୍ଚ ଦିବାକର ପୂଜାରୀ, ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ତେନ୍ତୁଳିଖୁଣ୍ଟି ସଂଖ୍ୟା ଲଘୁ ନେତା କିଶାନ ହିଆଲ୍‌, ସେବାଦଳ ଜିଲ୍ଲା ସଂଗଠକ ଶେଖ୍‌ ଚାନ୍ଦ ଉଷ୍ମାନୀ, ନନ୍ଦାହାଣ୍ଡି ବ୍ଲକ୍‌ ସଭାପତି ବୃନ୍ଦାବନ ତ୍ରିପାଠୀ, ନବରଙ୍ଗପୁର ମଣ୍ଡଳ ସଭାପତି ଦେବକାନ୍ତ ପଣ୍ଡା, ଯୁବ କଂଗ୍ରେସ ସଭାପତି ସୁରଜ ଲାଲ ଓ ଏମ ଗୋବିନ୍ଦା ରାଓ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

Comments (0)
Add Comment