ବୌଦ୍ଧ : ନୂଆପଲ୍ଲୀ ସ୍ଥିତ ସରକାରୀ ପଲିଟେକ୍ନିକ୍ ବୌଦ୍ଧରେ ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୨ ଏବଂ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଦକ୍ଷତା ବିକାଶ ଦିଗରେ ଆଗେଇବାକୁ ପରାମର୍ଶ ଦେଇଥିଲେ । ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ନେହେରୁ ଯୁବାକେନ୍ଦ୍ର ବୌଦ୍ଧର କର୍ମକର୍ତ୍ତାମାନେ ସଭାରେ ଯୋଗଦେଇ ଦକ୍ଷତା ବିକାଶର ମନ୍ତ୍ର ବୁଝାଇଥିଲେ ।
ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଅଧ୍ୟକ୍ଷ ମନ୍ମଥ କୁମାର ମାଝି ଏହି ଦିବସ ପାଳନର ଯଥାର୍ଥତା ବିଷୟରେ ବୁଝାଇଥିଲେ । ଏହି ସଭାରେ ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ବୃନ୍ଦ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ଅମିତା ଜସ୍ମିନ ସ୍ମରଣିକା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ହରେକୃଷ୍ଣ ପ୍ରଧାନଙ୍କୁ ଅନୁଷ୍ଠାନର ସର୍ବଶ୍ରେଷ୍ଠ ଛାତ୍ର ହିସାବରେ ସମ୍ମାନିତ କରାଯାଇଥିଲା ।
ପ୍ରାରମ୍ଭରେ ମୁଖ୍ୟ ଅତିଥି, ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରାୟ ୫୦ଗୋଟି ବୃକ୍ଷରୋପଣ କରାଯାଇଥିଲା ।