ଚତୁର୍ଥ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା,ପହଞ୍ଚିଲା ଦଶପଲ୍ଲା ପୋଲିସ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ, ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ – ଅର୍ଜନ ଅଧିକାରୀ ନୟାଗଡଙ୍କ ତରଫରୁ ଗ୍ରାମବାସୀଙ୍କୁ କ୍ଷତି ହେଉଥିବା ଜମିର ପରିମାଣ ଓ କ୍ଷତିପୂରଣ ବାବଦରେ ଲିଖିତ ଭାବରେ ଅବଗତ କରାନଯିବା ପ୍ରତିବାଦରେ ତା ୦୫ – ୦୪ – ୨୦୨୨ ରିଖ ଠାରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଆଜି ପୂର୍ବାହ୍ନ ୧୦ ଘଟିକା ସମୟେ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଆନ୍ଦୋନକାରୀ ମାନେ କ୍ଷତିପୂରଣ ଅର୍ଥ ନ ପାଇଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ । ଦିବା ୧୧ ଘଟିକା ସମୟେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସମେତ କିଶୋର ଦଳବେହେରା, ଭୀମଭାଇ ପ୍ରଭୃତି ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଆସନ୍ତା କାଲିଠାରୁ ରେଳପ୍ରକଳ୍ପ ହେବାକୁ ଥିବା ସ୍ଥାନରେ ବାଡ଼ ଦିଆଯାଇ ନାଲିପତାକା ମାରି ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦିଆଯିବ ବୋଲି ଆନ୍ଦୋଳନକାରୀ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Comments (0)
Add Comment