ପାରଳାଖେମୁଣ୍ଡି : ରଥଯାତ୍ରା ପାଇଁ ଆଉ ୪ଦିନ ବାକି ରହିଛି । ଏଥିଲାଗି ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି । ଆଜି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଆରକ୍ଷୀଅଧିକ୍ଷକ ଜୟରାମ ଶତପଥୀ, ସହକାରୀ ଜିଲ୍ଲାପାଳ ଜୁବୁଲୀଚରଣ ବେହେରା ପ୍ରମୁଖ ରଥନିର୍ମାଣ କାର୍ଯ୍ୟର ତଦାରଖ କରିଥିବାର ଜଣାପଡିଛି । ସେହିପରି ଶୃଙ୍ଖଳିତ ଭାବେ ଯାତ୍ରା କିପରି ପରିଚାଳନା ହେବ ସେ ନେଇ ଆଲୋଚନା କରିବା ସହ ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଆଦି ଉପରେ ବିଭିନ୍ନ ଅଧିକାରୀ ଓ ରଥଯାତ୍ରା କମିଟି ସହ ଆଲୋଚନା କରିଥିବାର ଦେଖିବାକୁ ମିଳିଥିଲା ।