ପୁଣି ପୁନମ ହେଲେ ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ

ଫୁଲବାଣୀ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ପୁନମ କହଁରଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଭାବେ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ତାଙ୍କର ଦଳ ପ୍ରତି ଥିବା ନିଷ୍ଠା, ସେବା ଓ ଆନ୍ତରିକତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଏନେଇ ପୁନମ କହଁର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ରାଜ୍ୟ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ଜିଲ୍ଲା ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର , ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା , କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ସେ କନ୍ଧମାଳ ଜିଲ୍ଲାର ସମସ୍ତ ବାପା,ମାଁ ଓ ଭାଇ ଭଉଣୀମାନଙ୍କ ଆଶୀର୍ବାଦ ସଦାସର୍ବଦା ତାଙ୍କ ଉପରେ ଏହିପରି ଭାବରେ ଥାଉ, ଯେପରି ସେ ଏହି ଦାୟିତ୍ୱକୁ ସୁଚାରୁ ରୁପେ ତୁଲେଇ ପାରିବେ ଆଶା ବାନ୍ଧିଥିବା କୁହାଯାଉଛି ।

Comments (0)
Add Comment