ଗୋଶାଣି ବ୍ଳକର ପଞ୍ଚମ ସମିତି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷ ଠାରେ ପଞ୍ଚମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ଭିର୍‌ ରାଜୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଏସ .ବାଲରାଜୁ ପ୍ରମୁଖ ଉପସ୍ଥିତ ରହିବା ସହ ବ୍ଳକ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ । ପୂର୍ବ ବୈଠକର ବିବରଣୀ ଗ୍ରାମ ପଞ୍ଚାୟତର ସଂପ୍ରସାରଣ ଅଧିକାରୀ ବିନୋଦ ଗୌଡ଼ ପଠନ କରିଥିଲେ । କୃଷି ବିଭାଗ, ଉଦ୍ୟାନ ବିଭାଗ, ମହିଳା ଓ ଶିଶୁ ବିଭାଗ, ମତ୍ସ୍ୟ ବିଭାଗ ଓ ଉନ୍ନୟନ କାମ ଉପରେ ଆଲୋଚନା ହୋଇ ଥିଲା । ପ୍ରଥମେ ଶିକ୍ଷା ଉପରେ ଆଲୋଚନା ହୋଇ ଥିଲା ଶିକ୍ଷା ଅଧିକାରୀ ଗୃହରେ ସନ୍ତୋଷ ଜନକ ଉତ୍ତର ନ ଦେଇ ପରିବାରୁ ଗୃହରେ ଅସନ୍ତୋଷ ପ୍ରକାଶ ପାଇଥିଲା । କୃଷି ବିଭାଗ ପକ୍ଷରୁ କେତେ ହେକ୍ଟର ଧାନ ଚାଷ କରାଯାଇଛି,ଚାଷୀ ଠିକ ସମୟରେ ସାର ପାଇ ପାରୁ ନଥିବା, ସାରର କଳା ବଜାରୀ ସାଙ୍ଗକୁ ଚଢା ଦରରେ ବିକ୍ରି ନେଇ ଗୃହରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଅଭାବ ଓ ମରାମତି କରାଯାଇ ନଥିବା ଅଭିଯୋଗ ହୋଇଛି । ପାନୀୟ ଜଳ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଉପରେ ଚାଲିଥିବା କାମ ବିଷୟରେ ଗୃହକୁ ଅବଗତ କରାଇଥିଲେ । ଗୃହରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ସ୍ଥାୟୀ କମିଟି ଉପରେ ଆଲୋଚନା ହୋଇ ଥିଲା । ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତନ ଥିବାରୁ ଗୃହରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବନ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଗୃହକୁ ଜଣାଇଥିଲେ । ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment