ଭୁଲିଆ (ମେହେର) ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା

ପାଟଣାଗଡ଼ : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହରିଶଙ୍କର ଐତିହାସିକ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । ବୈଶାଖ ମେଳାକୁ ଆସୁଥିବା ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶ ହୋଇଥାଏ । ଶ୍ରଦ୍ଧାଳୁମାନେ ଖାଇବା ପିଇବାରେ ମେଳା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥାଏ ଦୃଷ୍ଟି ରଖି ପାଟଣାଗଡ଼ ଭୂଳିଆ (ମେହେର) ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା କେନ୍ଦ୍ର ଖୋଲାଯାଇଛି । ପାଟଣାଗଡ଼ ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେହେର ସମାଜର ବିଶିଷ୍ଟ ମହାପୁରୁଷ ଗଙ୍ଗାଧର ମେହେର ଓ ଅନ୍ୟ ଦେବଦେବୀଙ୍କୁ ପୂଜାର୍ଚ୍ଚନା ସହ ଅନ୍ନସେବା କେନ୍ଦ୍ର କୁ ଶୁଭାରମ୍ଭ କରିଥିଲେ । ଅନ୍ୟ ଦାନ ଅପେକ୍ଷା ଅନ୍ନଦାନ ମହାପୂର୍ଣ୍ଣ । ଯେହେତୁ ଅନ୍ନଦାନରେ ଲୋଭ ନଥାଏ ଏବଂ ଅନ୍ନ ପ୍ରସାଦ ସେବନ କରିଥିବା ଶ୍ରଦ୍ଧାଳୁ ମାନଙ୍କୁ ତୃପ୍ତି ଆଣିବା ସହ ନିଜକୁ ଧନ୍ୟ ମନେ କରିଛି ଭୁଲିଆ (ମେହେର) ସମାଜ ବିକାଶ ପରିଷଦ । ଖପ୍ରାଖୋଲ ବ୍ଲକ ସ୍ଥିତ ହରିଶଙ୍କର ବୈଶାଖ ମେଳା ଉପଲକ୍ଷେ ଭୁଲିଆ (ମେହେର) ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ଅନ୍ନସେବା କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ଏଥିରେ ଭୁଲିଆ ସମାଜ ବିକାଶ ପରିଷଦର ସମସ୍ତ ସଦସ୍ୟ ସହ ପରିଷଦର କାର୍ଯ୍ୟବାହୀ ସଭାପତି ଘନଶ୍ୟାମ ମେହେରଙ୍କ ସମେତ ସମାଜ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମାଜ ଏପରି ମହତ୍‌ କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Comments (0)
Add Comment