ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ତାଙ୍କୁ ପୁଲିସ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ୱାର ଦେଇ ନାଟ ମଣ୍ଡପରେ ଚଢୁଥିବା ବେଳେ ତାଙ୍କୁ ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଉଦ୍ଧାର କରିଥିଲେ । କେଉଁ କାରଣରୁ ଯୁବକ ଜଣକ ନାଟମଣ୍ଡପ ଉପରେ ଚଢୁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଗତ କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା, ସିଂହଦ୍ୱାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିବା ଘଟଣା ଓ ଏବେ ନାଟମଣ୍ଡପରେ ବଙ୍ଗୀୟ ଯୁବକ ଚଢିବା ଘଟଣା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।