ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଯୁବକ ଗିରଫ

ପୁରୀ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅଂଚଳରେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖଜୁରିଆ ଗ୍ରାମର ଦିଗାମ୍ବର ବିଶ୍ୱାଳଙ୍କୁ ଗିରଫ କରିଛନ୍ତି । ତାଙ୍କଠାରୁ ଠାରୁ ୩୮ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୩,୮୦,୦୦୦ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢାଉରେ ଅବକାରୀ ଉପ-ନିରୀକ୍ଷକ ବିନୋଦ ବାସ୍କେ, ଏଏସଆଇସନ୍ତୋଷ କୁମାର ନାୟକ, ଲୋକନାଥ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନାୟକ, କନଷ୍ଟେବଳ ସଞ୍ଜିପ ହସ୍ତୀ, ପ୍ରବୀଣ କିର, ଦୀନବନ୍ଧୁ ବାରିକ ସାମିଲ ଥିଲେ ।

Comments (0)
Add Comment