ତେଜସ୍ମିତା ହେଲେ ମିସେସ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଆୟୋଜିତ ଗ୍ଲାମନ ମିସେସ ଇଣ୍ଡିଆ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ ଅପ ବିଜେତା ତେଜସ୍ମିତା ମହାପାତ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଏହି ପ୍ରତିଯୋଗିତା ପାଇଁ ଜାନୁଆରୀ ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ଅଡିସନରେ ବହୁ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ମିସେସ ମହାପାତ୍ର ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଚଳିତ ମାସରେ ଗୋଆ ଠାରେ ଆୟୋଜିତ ଜାତୀୟସ୍ତରର ପ୍ରତିଯୋଗିତାରେ ସମୁଦାୟ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଯୋଗ୍ୟତା, ଜାତୀୟ ପୋଷାକ ,ପଶ୍ନୋତ୍ତର ଇତ୍ୟାଦି ପର୍ଯ୍ୟାୟରେ ପ୍ରତିଯୋଗୀ ମାନଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ଚମତ୍କାର ପ୍ରଦର୍ଶନ କରି ମିସେସ ମହାପାତ୍ର ରନର୍ସ ଅପ ଟାଇଟଲ ଅର୍ଜ୍ଜନ କରିବାରେ ସଫଳ ହୋଇଥିଲେ ।

Comments (0)
Add Comment