ବାହାରିଲା ଆଡ଼ପ ଅବଢ଼ା

ପୁରୀ : ରବିବାର ଅପରାହ୍ନରେ ବାହାରିଛି ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତ । ଶନିବାର ରାତ୍ରୀରେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ରବିବାର ସକାଳେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ପ୍ରଥମ ଆଡ଼ପ ଅଭଡ଼ା ବାହାରିଥିଲା । ମହାପ୍ରସାଦ ପାଇଁ ଗୁଣ୍ଡିଚା ମନ୍ଦିରରେ ଲୋକଙ୍କର ପ୍ରବଳ ଗହଳି ଦେଖି ବାକୁ ମିଳିଥିଲା । କଥିତ ଅଛି ଆଡ଼ପ ମଣ୍ଡପରେ ମହାପ୍ରସାଦ ସେବନ କଲେ କୋଟି ପୁଣ୍ୟ ମିଳିଥାଏ ।

Comments (0)
Add Comment