ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଗାନ୍ଧୀ ପଡିଆ ଠାରେ ୧୧ ତମ ଆନ୍ତଃଜ଼ିଲ୍ଲା ଭଗବତୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଭଗବତୀ ସ୍ପୋର୍ଟିଂ କ୍ଲବର ସଭାପତି ନନ୍ଦ କିଶୋର ତ୍ରିପାଠୀ ଉଦଘାଟନୀ ସଭାକୁ ପରିଚାଳନା କରିଥିବା ବେଳେ ଟୁର୍ଣ୍ଣାନେଣ୍ଟ ଡାଇରେକ୍ଟର କାନନ ତ୍ରିପାଠୀ, ବରିଷ୍ଠ ସଭ୍ୟ ଜୟନାରାୟଣ ମେଣ୍ଡଳୀ, ହିମାଂଶୁ ମେହେର, ନିରଞ୍ଜନ ପଣ୍ଡା, ସୟଦ ସହାଜାତ ଅଲ୍ଲୀ, ମନରଞ୍ଜନ ମିଶ୍ର, ହିମାଂଶୁ ବଡ଼ପଣ୍ଡା, ସତ୍ୟ ନାରାୟଣ ମେଣ୍ଡଲି ପ୍ରମୁଖ ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚ ତରଭା ସ୍ପୋର୍ଟିଙ୍ଗ ଓ ବଡମାଳ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ପ୍ରଥମେ ବଡ଼ମାଳ ଦଳ ବ୍ୟାଟିଂ କରି ତରଭାକୁ ୧୧୫ ରନ ଟାର୍ଗେଟ ଦେଇଥିଲେ । ପ୍ରତ୍ୟୁତ୍ତରେ ତରଭା ଦଳ ୨୧ଓଭର ରେ ୮ ୱିକେଟ ହରାଇ ମ୍ୟାଚ ବିଜୟୀ ହୋଇଥିଲେ । ତରଭା ଦଳର ପ୍ରତାପ ସାହୁ ଛଅ ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବେଳେ ନିୟୁ ରୂପ କଲେକ୍ସନ ପ୍ରୋପାଇଟର ଜୟ କୃଷ୍ଣ ସାହା ଏହି ପୁରସ୍କାର ପ୍ରଦାନ କରିଥିଲେ । ସୁରେଶ କୁମାର ବିଶି ଓ କୁନା ନାଏକ ମ୍ୟାଚକୁ ପରିଚାଳନା କରିଥିଲେ । କିଛି ବର୍ଷର ବ୍ୟବଧାନ ପରେ ଗାନ୍ଧୀ ପଡିଆରେ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିବା ଯୋଗୁଁ ଦର୍ଶକ ଖୁବ ଉତ୍ସାହିତ ଥିଲେ ।