ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁର ମୂର୍ତ୍ତି ଚୋରି

ପୁରୀ : ଚନ୍ଦନପୁର ସୁନ୍ଦର ଗ୍ରାମରେ ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁର ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି ।ସୂଚନା ମୁତାବକ ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ଗ୍ରାମର ବହୁ ପୁରାତନ ଜଗନ୍ନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଅଷ୍ଟଧାତୁର ଲଷ୍ମୀ ନୃସିଂହ ମୂର୍ତ୍ତି ଚୋରି ହୋଇଥିବା ସକାଳୁ ପୂଜକ ମନ୍ଦିର ଖୋଲିବା ବେଳେ ଦେଖି ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଖବର କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗ୍ରୀଲ କାଟି ଚୋରି କରିଥିବା ଚନ୍ଦନପୁର ଥାନାରେ ମନ୍ଦିର କମିଟି ଲିଖିତ ଅଭିଯୋଗ କରିଥିଲେ । ତେବେ ଚନ୍ଦନପୁର ପୋଲିସ ଓ ସାଇନଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Comments (0)
Add Comment