ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଉତ୍ସବ ପାଳିତ

ସୁବର୍ଣ୍ଣପୁର: ଶୂନ୍ୟବ୍ରହ୍ମ ଉପାସନାର ପ୍ରମୁଖ ଉପାସକ ତଥା ସନ୍ଥକବି ଭୀମଭୋଇଙ୍କ ୧୨୭ତମ ଶ୍ରାଦ୍ଧ ଦିବସ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଆୟୋଜିତ ଶ୍ରାଦ୍ଧ ଉତ୍ସବରେ କବିଙ୍କ କାଳଜୟୀ ସାହିତ୍ୟ ଓ ମହିମା ଧର୍ମର ଦର୍ଶନ ଉପରେ ଆଲୋଚକମାନେ ଆଲୋକପାତ କରି କବିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ ଡ.ଦେବାଶିଷ ପାଣ୍ଡିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାରସ୍ୱତ ଶ୍ରାଦ୍ଧ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂ୍‌ର୍ଯ୍ୟ ନାରାୟଣ ଦାଶ,ବରିଷ୍ଠ ଲେଖକ ତଥା ମହିମା ଧର୍ମର ଗବେଷକ ଗୋରେଖନାଥ ସାହୁ, କବି ଡ.ପୁରୁଷୋତ୍ତମ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ଶୂନ୍ୟବ୍ରହ୍ମ ଉପାସନା ସହ ମହିମା ଧର୍ମର ସନ୍ତୁଳିତ ଧର୍ମଧାରା ଏବଂ କବିଙ୍କ ସାହିତ୍ୟରେ ଅଦ୍‌ବୈତବାଦୀ ଚିନ୍ତା ଚିନ୍ତନ ଉପରେ ବକ୍ତବ୍ୟ ରଖିଥିଲେ । ସଂସଦର ସଂପାଦକ ଡ.ସୌରଭ ରଂଜନ ଖମାରୀ ସ୍ୱାଗତ ସମ୍ଭାଷଣ କରିଥିବାବେଳେ କବି ଲକ୍ଷ୍ମୀ ନାରାୟଣ ସାହୁ ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜନ୍ମପୀଠ ଜଟେସିଂହା ସହ ଖଲିଆପାଲି ସମାଧିପୀଠ ଏବଂ ଜିଲ୍ଲାର ମହିମା ଆଶ୍ରମଗୁଡିକରେ ମହିମା ଧର୍ମୀ ବାବା ମାତା ଓ ଶ୍ରଦ୍ଧାଳୁଙ୍କ ଦ୍ୱାରା ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଛି । ମହିମା ଧର୍ମର ପ୍ରମୁଖ ଉଦଗାତା ଅମର କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ସବୁଠି ଶ୍ରଦ୍ଧାଞଳି ଦିଆଯାଇଛି ।

Comments (0)
Add Comment