ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଜହ୍ନାପଙ୍କ ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ ବା ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରୁ ଏକ ସୁସଜ୍ଜିତ ରଥରେ କୃଷ୍ଣ ଓ ରାଧା ବେଶଧାରୀ ବସି ଏକ ଶୋଭାଯାତ୍ରାରେ ଶିଶୁମାନେ ବାହାରି ଜହ୍ନାପଙ୍କ ହନୁମାନ ମନ୍ଦିର ନାରାୟଣୀ ମନ୍ଦିର ନାରାୟଣନଗର ତ୍ରିବେଣୀ ଛକ, ସାହୁ ଗଳି, ଗଙ୍ଗାଧର ମେହେର, ହରିବଂଶ ଛକ ଓ ସାପ୍ତାହିକ ହାଟ ପରିକ୍ରମା କରି ବିଦ୍ୟାଳୟ ପରିସରରେ ପହଁଚି ଥିଲେ । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ସଭାପତି ଲଳିତ ମୋହନ ବିଶ୍ୱାଳ, ସଂକୁଳ ପ୍ରମୁଖ ପ୍ରଭାତ କୁମାର ଶତପଥି, ସମ୍ପାଦକ ଦେବ ନାରାୟଣ ପ୍ରଧାନ, କୋଷାଧ୍ୟକ୍ଷ ଘାଷିରମ ଭୋକ୍ତା, ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇ ଜନ୍ମାଷ୍ଟମୀ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ପୂର୍ବରୁ ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ ରାଧା କୃଷ୍ଣ ବେଷ ଧାରୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ । ଶେଷରେ ସମ୍ପାଦକ ଦେବ ନାରାୟଣ ପ୍ରଧାନ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ।