ଖପ୍ରାଖୋଲରେ ବୀମା ଟଙ୍କା ପାଇବାରେ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ଖପ୍ରାଖୋଲ: ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବୀମ ପାଇବାରେ ବିଳମ୍ବ ହେଇଥିବାରୁ ତାର ପ୍ରତିବାଦରେ ଏକ ସଭା ତାପସ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଟିତ ହୋଇଥିଲା । ବୈଠକରେ ଚାଷୀମାନେ ଗତ ବର୍ଷ କୃଷି ବୀମା କରିଥିଲେ ମଧ୍ୟ ଆଜି ଯାଏଁ ପାଇ ନାହାନ୍ତି । ଏନେଇ ପୂର୍ବରୁ ତହସିଲଦାର, କୃଷି ବିଭାଗକୁ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇନି । ବୀମା କମ୍ପାନୀର ମାନମାନି ବିରୋଧରେ ଚାଷୀ ଆଗାମୀ ୨୩ ତାରିଖ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବାକୁ ନିଷ୍ପତି ହୋଇଥିବା ଜଣାଯାଇଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ସାହୁ , ନରେନ୍ଦ୍ର ଭୋଇ, ଗୁନମଣି ଭୋଇ, ଛୟାକାନ୍ତ ବାରିକ, ଦାମୋଦର ବେହେରା, ସମ୍ପତି ଭୋଇ, ନିଲକାନ୍ତ ନିଆଳ, ବୃନ୍ଦାବନ ବାରିକ, ବିଶ୍ୱାମିତ୍ର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment