ପାଟଣାଗଡ:୨୦୨୧ ମସିହା ଫସଲ ବୀମା ରାଶିରୁ ବଞ୍ଚିତ ହେଉଥିବା ପ୍ରତିବାଦରେ ପାଟଣାଗଡ କୃଷକ ସେନା ପକ୍ଷରୁ ଆଜି ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ବାସଭବନ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୃଷକ ସେନା ସଭାପତି ସୌରୀ ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ରାଜଖମାର ସ୍ଥିତ ବାସଭବ କୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫସଲ ବୀମା ରାଶିରୁ ବଞ୍ଚିତ ହେଉଥିବା ଚାଷୀମାନଙ୍କ ପ୍ରସଙ୍ଗ ନେଇ ପାର୍ଲିମେଣ୍ଟରେ ନ ଉଠାଇବା ଦୁଃଖର ବିଷୟ ବୋଲି ସେମାନେ କହିଥିଲେ । ଏହି ସମୟରେ ସାଂସଦ ତାଙ୍କ ବାସଭବନରେ ଅନୁପସ୍ଥିତ ଥିଲେ ।ପରେ ବିଧାୟକ ସରୋଜ କୁମାର ମେହେରଙ୍କ ବାସଭବନକୁ ପହଞ୍ଚି ନାରାବାଜୀ ଦେଇଥିଲେ । ବିଧାୟକ ଓ ସାଂସଦ ଦୁହେଁ ଅନୁପସ୍ଥିତ ଥିବା ଯୋଗୁ ଚାଷଙ୍କ ମହଲ ଅସନ୍ତୋଷ ପ୍ରକାଶ ପାଇଥିଲା । କୃଷକ ସେନା ପକ୍ଷରୁ ଆସନ୍ତାକାଲି ଠାରୁ ସାଂସଦ ଓ ବିଧାୟକଙ୍କୁ ଖୋଜିବା ପାଇଁ ଏକ ପୋଷ୍ଟର ମରାଯିବ ବୋଲି କୃଷକ ସେନା ସଭାପତି ଶ୍ରୀ ସାହୁ କହିଥିଲେ । ଏଥିରେ ଖପ୍ରାଖୋଲ ଚାଷୀନେତା ଅନ୍ତ ସାହୁ ,ବିଜୟ ଲାଲ ବରିହା, କୁରେଶ୍ୱର ବରିହା ,ବିପିନ ବରିହା, ସୁନା ରାମ ପୁଟେଲ ,ଙ୍କ ସମତେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।