ଦଶପଲ୍ଲା : ଦିନକୁ ଦିନ ବଢ଼ିଲାଣି ତାପମାତ୍ରା । ମଧ୍ୟାହ୍ନରେ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ବିଭିନ୍ନ ବଜାରଘାଟ ଶୂନଶାନ୍ ହୋଇପଡୁଛି । ବିଭିନ୍ନ ସ୍ଥାନରେ ନଳକୂପଠାରୁ ଆରମ୍ଭ କରି ଅନେକ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ଛକ ବଜାରରେ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ । ଫଳରେ ଯାତ୍ରୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତୁରନ୍ତ ଏନ୍ଏସି ସମେତ ବ୍ଲକ୍ର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ସାଧାରଣରେ ଦାବି ହେଉଛି ।