ବିଜେଡ଼ିର ମୋତିରାମ ନାୟକ ଜିଲ୍ଲାପରିଷଦ ଅଧ୍ୟକ୍ଷ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ମୋତିରାମ ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଅପରାହ୍ନରେ ଜିଲ୍ଲାପାଳ କମଳାକାନ୍ତ ମିଶ୍ର ମୋତିରାମ ନାୟକଙ୍କୁ ଡିଆରଡିଏ ଅଫିସ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ସୂଚନାଥାଉ କି ଜିଲ୍ଳାର ମୋଟ ୨୬ ଗୋଟି ଜିଲ୍ଳା ପରିଷଦ ଆସନରୁ ୨୪ ଟିରେ ବିଜେଡ଼ି ପ୍ରାର୍ଥମାନେ ଡୟଯୁକ୍ତ ହୋଇଥିଲେ । ସବୁ ସଦସ୍ୟଙ୍କ ସହମତିରେ ଶ୍ରୀ ମୋତିରାମ ନାୟକ ଅଧକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଭରିଥିଲେ । ସମସ୍ତ ଯାଞ୍ଚ ପ୍ରକ୍ରିୟା ପରେ ଆଜି ସେ ଶପଥ ଗ୍ରହଣ କରିଥିଲେ । ଏହା ପୂର୍ବରୁ ଶ୍ରୀ ନାୟକ ୨୦୧୨ ରୁ ୧୭ ଯାଏଁ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ସୁଚାରୁ ରୁପେ କାର୍ଯ୍ୟ ସମ୍ପାଦନା କରିଥିଲେ ।

Comments (0)
Add Comment