ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଦର୍ଶ ବିଦ୍ୟାଳୟଠାରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ବୈଠକ ଅବିଭାବକ ଆଶୁତୋଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାଇକେଲ ଷ୍ଟାଣ୍ଡ, ରାସ୍ତା କଡରେ ଏକ ରେଷ୍ଟ ସେଡ, ପିଲାଙ୍କ ପାଇଁ ଖେଳ ପଡିଆ, ଅବିଭାବକ ମିଟିଂ ହଲର ଆବଶ୍ୟକତା ଥିବାରୁ ଏହି ବୈଠକରେ ଆଲୋଚନା କରାଯାଇ ସୋମବାର ଏକ ଲିଖିତ ଅଭିଯୋଗ ସ୍ଥାନୀୟ ବିଡ଼ିଓ, ବିଧାୟକ, ସାଂସଦ, ସରପଞ୍ଚ, ତହସିଲଦାରଙ୍କୁ ଜଣେଇବା ପାଇଁ ନିଷ୍ପତି କରାଗଲା । ସିବିଏସଇ କୋର୍ସରେ ରାଇକିଆ ଆଦର୍ଶ ବିଦ୍ୟାଳୟର ଛାତ୍ର ପ୍ରଭୁ ପ୍ରସାଦ ସାହୁ ୪୭୨ମାର୍କ ରଖି ୯୪.୪ବ୍ଲକ ପାଇଁ ଗର୍ବ ଓ ଗୌରବ ଆଣିଥିବା ଅଭିଭାବକଠାରୁ ପ୍ରକାଶ । ଏହି ବୈଠକରେ ପ୍ରିନ୍ସପାଲ ଜିଆଶ ପ୍ରଧାନ, ପଞ୍ଚୁ ସାହୁ, ଅରୁଣ କୁମାର ପାତ୍ର, ଆଶିଷ ଲେଙ୍କା, ଦିଲୀପ ମହାନ୍ତି, ଅନିଲ ପରିଛା, ଶିବ ପ୍ରସାଦ ଦାସ, ଗୁରୁଣ୍ଠ ପ୍ରଧାନ, ଫିଲପ ପ୍ରଧାନ, ରାଜମୋହନ ଦିଗାଳଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।