ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମହାମବତୀ ତିଆରି ତାଲିମ ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଘୋରଣୀ ପଞ୍ଚାୟତ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ମହମବତୀ ତିଆରି ସକାଶେ ତାଲିମ ପ୍ରଦାନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ଜଣ ମହିଳାଙ୍କୁ ମହମବତୀ ତିଆରି କରିବା ସକାଶେ ଭାରତ ସରକାର, ଜିଲ୍ଲା ପ୍ରଶାସନ ଓ ଏକ ୟୁନିୟନ ବ୍ୟାଙ୍କର ଏକ ସହଯୋଗ ସଂସ୍ଥା ଦ୍ୱାରା ଚାଲିଥିବା ତାଲିମରେ ଲିଡ଼ ମେନ ମ୍ୟାନେଜର ଯୋଗ ଦେଇଥିବା ବେଳେ ଘୋରଣୀ ସରପଞ୍ଚ କଳ୍ପନା ପ୍ରଧାନ, ତାଲିମ ସଂଯୋଜକ ଦିଲ୍ଲୀପ କୁମାର ତନ୍ତୀ, ପୂର୍ବତନ ସମିତି ସଭ୍ୟ ଘାସିରାମ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ୱାଇ.ରାମ ଚନ୍ଦ୍ର ରାଓଙ୍କ ସମେତ ୫୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ଉପସ୍ଥିତ ଥିଲେ ।ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାଲିମ ପାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ କିପରି ଆତ୍ମନିର୍ଭରଶୀଳ ହୋଇ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ।ଏହିଭଳି କାର୍ଯ୍ୟକ୍ରମ ଘୋରଣୀ ସରପଞ୍ଚ କଳ୍ପନା ପ୍ରଧାନଙ୍କ ସହଯୋଗରେ ହୋଇଥିବାରୁ ପଞ୍ଚାୟତବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ମୁଖ୍ୟ ଅତିଥି କଳ୍ପନା ପ୍ରଧାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Comments (0)
Add Comment