ପରିବେଶ ସୁରକ୍ଷା ପାଇଁ ବୃକ୍ଷ ଚାରାରୋପଣ

ବୌଦ୍ଧ : ବୁଟୁପାଲି ସ୍ଥିତ ଜାନକୀ ଭିକାରୀ ହାଇସ୍କୁଲ ଠାରେ ପ୍ରଜାପିତା ବ୍ରହ୍ମକୁମାରୀ ବିଦ୍ୟାଳୟରେ କଳ୍ପତରୁ ପ୍ରୋଜେକ୍ଟ କ୍ରମେ ପରିବେଶ ସୁରକ୍ଷା ଓ ଆମ ଦାଇତ୍ୱ ସମ୍ୱନ୍ଧରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଆଲୋଚନା ସଭାର ଆୟୋଜନ ହୋଇଥିଲା । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ ସଭାପତିତ୍ୱ ସଭାରେ ବୌଦ୍ଧ କେନ୍ଦ୍ର ସଂଚଳିକା ବି କେ ମାମିନା ଭଉଣୀ ଆଧ୍ୟାତ୍ମିକ ଜ୍ଞାନ ନିଜକୁ ଶୃଙ୍ଖଳିତ ଓ ଗୁଣବାନ କରିବା ସହିତ ପରିବେଶ ସୁରକ୍ଷାରେ କିପରି ଆଗ୍ରହ ସୃଷ୍ଟି କରିଥାଏ ତାହା ବର୍ଣ୍ଣନା କରିଥିଲେ । ବି କେ ସ୍ନେହଲତା, ସରୋଜ, କେତନ ଭାଇ ପରିବେଶ ସମ୍ବନ୍ଧରେ ସଚେତନ କରିବା ସହିତ ବୃକ୍ଷରୋପଣର ମହତ୍ୱ ସମ୍ବନ୍ଧରେ ନିଜ ନିଜର ଭାବନା ରଖିଥିଲେ । ପ୍ରଧାନ ଶିକ୍ଷକ ମହୋଦୟ ଆଧୁନିକତାରେ ବଶବର୍ତ୍ତୀ ହୋଇ ଆମେ କେବଳ ବୃକ୍ଷକୁ କାଟିବାରେ ଲାଗିଛୁ, କିନ୍ତୁ ବୃକ୍ଷରୋପଣକୁ ସମସ୍ତେ ମହତ୍ୱ ଦେବ ଉଚିତ, ନହେଲେ ଆଗାମୀ ଭବିଷ୍ୟତରେ ପ୍ରକୃତି ଆମକୁ ତାର ପ୍ରତିଶୋଧ ନେବାକୁ ବାଧ୍ୟ ହେବ ବୋଲି ଦର୍ଶାଇଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।

Comments (0)
Add Comment