ଫୁଲବାଣୀ : ଫୁଲବାଣୀ ସହର ସ୍ଥିତ ସର୍ବ ପୁରାତନ ଶ୍ରୀ ଶ୍ରୀ ଶ୍ରୀ ମା’ ଦକ୍ଷୀଣ କାଳୀଙ୍କ ପୀଠ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରି କାଳୀନ ପୂଜା କରାଯାଇଛି । ୨୫ ତାରିଖରେ ଗ୍ରହଣ ଲାଗୁଥିବା ଯୋଗୁଁ ଏ ବର୍ଷ ପୂଜା ଶୀଘ୍ର ଆରମ୍ଭ ହୋଇ ୪ଟା ପୂର୍ବରୁ ସରିବା ପାଇଁ ନିର୍ଦ୍ଧାରିତ ହୋଇଥିଲା । ପୂଜକ ଭାବେ ସନ୍ତୋଷ କୁମାର ଦାଶ ପୂଜା କାର୍ଯ୍ୟ ଆରମ୍ଭ କରିଥିବା ବେଳେ କର୍ତ୍ତା ଭାବରେ ଅମରେଶ ପ୍ରସାଦ ରଥ ବସିଥିଲେ । ବିଭୂତି ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ ପଣ୍ଡା, ସମ୍ପାଦକ ଅଜିତ ମହାରଣା, ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ସମେତ ସଦସ୍ୟ ବାବୁ ଭାଇନା, ଅଶ୍ୱିନ କର, ରିଟୁ ଓ ଅନ୍ୟମାନେ ଅନ୍ୟ କାର୍ଯ୍ୟରେ ସହଯୋଗ କରି ପୂଜା କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ସକାଳୁ ସକାଳୁ ଭକ୍ତଙ୍କର ପ୍ରବଳ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା । ସେହି କ୍ରମରେ ଦିନ ତମାମ ଏବଂ ରାତ୍ରିରେ ମଧ୍ୟ ଭକ୍ତଙ୍କ ଜନ ସମାଗମ ହୋଇଥିଲା ।