ପିଇଓ ଓ ଜିଆରଏସଙ୍କ କାର୍ଯ୍ୟାରେ ଅବହେଳା, ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଓଡିଆପାଳି ଓ ଦମାଇପାଲି ପଞ୍ଚାୟତବାସୀ

ଖପ୍ରାଖୋଲ : ସରକାର ଲୋକଙ୍କୁ ସଠିକ୍‌ ଭାବରେ ସରକାରୀ ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତ ସ୍ତରରେ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଲୋକଙ୍କ ଅଭିଯୋଗକୁ ତତ୍କାଳୀନ ସମାଧାନ କରିବାର ବ୍ୟବସ୍ଥା କରିଛନ୍ତି । ଏହା ସହ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ ସରକାରୀ ସେବା ଯୋଗାଇ ଦେବା ପାଇଁର ବ୍ୟବସ୍ଥା କରିଛନ୍ତି । ହେଲେ ଖପ୍ରାଖୋଲ ବ୍ଲକ ଓଡ଼ିଆପାଳୀ ଓ ଦମେଇପାଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକମାନେ ନିଜ ମନମନି କରି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାରୁ ଲୋକେ ପଞ୍ଚାୟତ ତରଫରୁ ମିଳୁଥିବା ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହୁଥିବା ଘଟଣା ଦେଖିବାକୁ ମିଳୁଛି । କର୍ମଚାରୀମାନେ ଲୋକଙ୍କ ପାଖକୁ ଯାଇ ସେବା ଯୋଗାଇ ଦେବା ବଦଳରେ ଲୋକଙ୍କୁ ସେବା ଦେବାରେ ହଇରାଣ ହରକତ କରୁଛନ୍ତି । ଅଭିଯୋଗ ମୁତାବକ ଓଡ଼ିଆପାଲି ଗ୍ରାମ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦୀର୍ଘ ତିନି ମାସରୁ ଅଧିକ ହେବ ନୂତନ ଭାବେ ରାଧେଶ୍ୟାମ ମେହେରଙ୍କୁ ନିଯୁକ୍ତି ମିଳିଅଛି । ହେଲେ ନିଯୁକ୍ତି ହେବା ଦିନଠାରୁ ସେ ସଠିକ୍‌ ଭାବରେ ପଞ୍ଚାୟତକୁ ଆସୁନଥିବା ଅଭିଯୋଗ ହେଉଛି । ଫଳରେ ପଞ୍ଚାୟତର ଅଧିବାସୀମାନେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ମନୋରେଗା ଯୋଜନାରେ କାମ ପାଇବା ପାଇଁ ପଞ୍ଚାୟତକୁ ଆସି ନିରାଶ ହୋଇ ଫେରି ଯାଉଥିବା ଅଭିଯୋଗ ହୁଏ । ପଞ୍ଚାୟତ କର୍ଯ୍ୟଲୟରେ ଅଧିକାଂଶ ଦିନ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଅନୁପସ୍ଥିତ ରହୁଥିବାରୁ ଲୋକେ ବିଭିନ୍ନ ଅଭିଯୋଗ ପାଇଁ ଆସି ଫେରି ଯାଉଥିବା ଜଣାପଡିଛି । ସେହିପରି ଦମାଇପଳି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିଲାବର ମାଝୀ ଦୀର୍ଘ ୬ ମାସ ହେବା ଅନୁପସ୍ଥିତ ରହିଥିବାରୁ ପଞ୍ଚାୟତବାସୀ ପଞ୍ଚାୟତରରୁ ମିଳୁଥିବା ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହୁଏ । ଏଠାରେ ପ୍ରଶ୍ନ ଉଠେଇ ଯେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କୁ ତଦାରଖ କରିବା ପାଇଁ ନିଯୁକ୍ତି ପାଇଥିବା ଅଧିକାରୀ ଜିପିଓ ଓ ଏପିଓ କାହିଁକି କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏନେଇ ପିଇଓ ରାଧେଶ୍ୟାମ ମେହେରଙ୍କୁ ଫୋନ ଯୋଗେ ଯୋଗଯୋଗ କରିବାରୁ ଫୋନ କଲ୍‌ ଗ୍ରହଣ କରିନଥିଲେ । ଜି.ପି.ଓ ସୁଶାନ୍ତ ପାଣିଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଏନେଇ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

Comments (0)
Add Comment