ଘୁ ଉଦୟଗିରି: ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପରିସର ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ସ୍ଥାନୀୟ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଓ ଉପାଧ୍ୟକ୍ଷ ସନ୍ତୋଷ ବାଗ ଉପସ୍ଥିତ ରହି ଏହି କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଏହି ଯୋଜନା ବିଷୟରେ ହିତାଧିକାରୀଙ୍କୁ ଅବଗତ କରେଇଥିଲେ । ସ୍ଥାନୀୟ ପରିଷଦର ସମସ୍ତ ୧୨ ଜଣ କାଉନସିଲର ଯୋଗ ଦେଇଥିବା ବେଳେ ପଞ୍ଚମ ପର୍ଯ୍ୟାୟରେ ୧୯୨ ଜଣଙ୍କ ନିମନ୍ତେ କାର୍ଯ୍ୟାଦେଶ ସିକୃତି ପାଇଥିବାବେଳେ ଗତକାଲି ୨୦ ଜଣ ହିତାଧିକାୀଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ମାନ୍ୟବର ବିଧାୟକଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଏନ୍ଏସି ବିଷୟର ୫ ନମ୍ୱର୍ କାଉନସିଲର, ୬ ନମ୍ୱର୍ କାଉନସିଲର, ୮ନମ୍ବର କାଉନସିଲର ଆବାସ ଯୋଜନାରେ କିପରି ହିତାଧିକାରୀ ଆବାସ ତିଆରି କରିପାରିବେ, ସରକାରଙ୍କଠାରୁ କିପରି ହିତାଧିକାରି ସମସ୍ତ ପଇସା ପାଇବେ, ଘର କରିପାରିବେ ସେଥିନିମନ୍ତେ ପ୍ରୟାସ କରାଯାଉ ବୋଲି କହିବା ସହିତ ସ୍ଥାନୀୟ ଅଧ୍ୟକ୍ଷା ହିତାଧିକାରୀଙ୍କୁ ଆବାସ ଯୋଜନାରେ ସଂଯୋଗ କରି ଘର ପ୍ରଦାନ କରିଥିବା ସକାସୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ । ମାନ୍ୟବର ବିଧାୟକ ସାଲୁଗା ପ୍ରଧାନ ଜାଗା ମିଶନ ଦ୍ୱାରା ପ୍ରଦାନ କରାଯାଉଥିବା ଆବାସ ଯୋଜନାର କାର୍ଯ୍ୟାଦେଶ ଓ ଏହାର କାମ ବିଷୟରେ ପ୍ରକାଶ କରିବା ସହିତ ଏହି ଯୋଜନା ଦ୍ୱାରା ହିତାଧିକାରୀ ଉପକୃତ ହେବେ ବୋଲି କହିବା ସହିତ ୧୩ ନମ୍ବର ୱାର୍ଡର ଲେପ୍ରସି କଲନିରେ ରହିଥିବା ଘର ଗୁଡ଼ିକୁ କିପରି ଏହି ଯୋଜନାରେ ସଂଯୋଗ କରି ପାରିବା ସେଥି ନିମନ୍ତେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦୃଷ୍ଟି ଦେବା ନିମନ୍ତେ କହିଁଥିଲେ । ଶେଷରେ ଉପସ୍ଥିତ ସମସ୍ତ ୨୦ଜଣ ହିତାଧିକାରୀ ସମେତ ଏନ୍ଏସିର କର୍ମଚାରୀଙ୍କୁ ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।