ଥମୁନି ଦାଦନ ଦୁଃଖ, ୨୪ ଘଣ୍ଟା ନ ପୁରୁଣୁ ଗାଁରେ ପହଞ୍ଚିଲା ଦୁଇଟି ଶବ

ପାଟଣାଗଡ଼ : ଥମୁନି ଦାଦନ ଦୁଃଖ । ୨୪ଘଣ୍ଟା ନ ପୁରୁଣୁ ଦୁଇ ଦୁଇଟି ଶବ ପହଞ୍ଚିଲା ବେଲପଡ଼ାରେ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ଗାଁର ପକ୍ଷୀରାଜ ଦଳେଇ ପଡୋଶୀ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଶ୍ରମିକ ପକ୍ଷୀରାଜର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକର ପରିବାର ବେଲପଡ଼ା ଥାନାରେ ଅଭିଯୋଗ କରିବାକୁ ଯାଇ ନିରାଶ ହୋଇ ଫେରି ଆସିଥିଲେ । ବେଲପଡ଼ା ଥାନା ଏତଲା ନରଖି ମୃତକଙ୍କ ପରିବାରକୁ ଦାଦନ ଦଲାଲ୍‌ ସହିତ ବୁଝାମଣା କରିବାକୁ କହିଥିଲେ ବୋଲି ତାଙ୍କ ଅଭିଯୋଗରେ ଲେଖିଛନ୍ତି । ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ପାଟଣାଗଡ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି । ତେବେ ଉପଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଧାରଣା ସ୍ଥଳରେ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ଓ ଜିଲ୍ଲା ଶ୍ରମ ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ରେଡ଼କ୍ରସ ତରଫରୁ ୧୦ ହଜାର ଟଙ୍କା ଓ ଏନ ଏଫ ବି ଏସ ପାଣ୍ଠିରୁ ୧୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

Comments (0)
Add Comment