ତାତି ବଢୁଥିବା ବେଳେ ବିଭାଗ ଚିନ୍ତାଶୂନ୍ୟ:ନଳକୂଅ ଅଛି,କିନ୍ତୁ ପାଣି ବାହାରୁନି

କଣ୍ଟାବାଞ୍ଜି : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ତଥା ତାତି ଭୟଙ୍କର । ବିଶେଷତଃ,ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ସୋନପୁର,ବଲାଙ୍ଗୀର ଭଳି ଜିଲ୍ଲାରେ ପାରଦ ୪୪ ଡିଗ୍ରି ଅତିକ୍ରମ କଲାଣି । ଆଗକୁ ମଧ୍ୟ ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ସୋନପୁର ଭଳି ବଲାଙ୍ଗୀର ମଧ୍ୟ ଜଳୁଛି । ସକାଳ ୯ଟାରୁ ମୁଣ୍ଡଫଟା ଖରା । ବାହାରକୁ ବାହାରିବା ଅସମ୍ଭବ ହୋଇପଡ଼ିଲାଣି । କ ।ବାଞ୍ଜି ଅବସ୍ଥା ମଧ୍ୟ ସମାନ । ଭୟଙ୍କର ଖରା ଯୋଗୁ ଅଧିକାଂଶ ଜଳ ଉତ୍ସ ପ୍ରାୟତଃ ଶୁଖା ପଡ଼ିଯାଇଛି । ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ
ଅଚଳ ନଳକୂଅଗୁଡ଼ିକୁ ସଜାଡ଼ିନେବା କଥା,କିନ୍ତୁ ସେ ଦିଗରେ ବିଭାଗ କୌଣସି ଆଗୁଆ ପଦକ୍ଷେପ ନନେବାରୁ ଲୋକେ ଏବେ ପାଣି ପାଇଁ ଛଟପଟ ହେଉଛନ୍ତି । ନଳକୂଅ ଅଛି,କିନ୍ତୁ ପାଣି ବାହାରୁନି । ୱାର୍ଡ ନମ୍ବର ୩ ରେ ରାସ୍ତା କାମ ହୋଇଥିଲା । ଦୁଇ ମାସ ହେଲାଣି କିନ୍ତୁ ରାସ୍ତା ମରାମତି ପାଇଁ ବ୍ୟବହାର ହୋଇଥିବା ମ୍ୟାଟେରିଆଲ ଓ ସ୍କ୍ରାପଗୁଡିକ ଛାଡିଦେଇଛନ୍ତି ଠିକାଦାର । ଫଳରେ ନଳକୂପ କ୍ଷତିଗ୍ରସ୍ତ ହୋଇଛି । ରାସ୍ତା କାମ ସମୟରେ ଏହିଭଳି ଅନିମିୟତତାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକାଂଶ ପରିବାର ପାଇଁ ବ୍ୟବହାରରେ ଆସୁଥୁବା ନଳକୂପ ବର୍ତ୍ତମାନ ଅଚଳ ହୋଇ ପଡ଼ିରହିଛି । ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀ, ଦୋକାନି ଓ ଠେଲା ଦୋକାନୀ,ସରକାରୀ ସ୍କୁଲ ପଛ ରହିଥିବା କଲୋନୀ ସମସ୍ତେ ପାଣି ପାଇଁ ଏହା ଉପରେ ନିର୍ଭର କରନ୍ତି । ସେମାନଙ୍କ ପାଇଁ ଏହା ଏକମାତ୍ର ବିକଳ୍ପ । କିନ୍ତୁ ଦୀର୍ଘଦିନ ଧରି ନଳକୂପ ଅଚଳ ହୋଇ ପଡ଼ିରହିଥିଲେ ହେଁ ଏହାକୁ ସଜାଡ଼ିବା ନେଇ ବିଭାଗର କୌଣସି ତତ୍ପରତା ନାହିଁ । ଯାହା ସ୍ଥାନୀୟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଏହାକୁ ନେଇ ଅସନ୍ତୋଷ ଚରମସୀମାରେ ପହ ିଲାଣି । ତେଣୁ ଯଥାଶୀଗ୍ର ଏହାର ସମାଧାନ ପାଇଁ ଦାବି ହୋଇଛି ।

Comments (0)
Add Comment