ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଜଣାଶୁଣା ସାହିତ୍ୟିକ ତଥା ଶିକ୍ଷାବିତ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ବ୍ରହ୍ମପୁର ମହାନଗର ମହୋତ୍ସବ ଅବସରରେ “ଅମୂଲ୍ୟ ଆମ ସାହିତ୍ୟ ସଂସଦ’ ତରଫରୁ ବିଶିଷ୍ଟ ସାହିତ୍ୟିକ ଭାବେ ସମ୍ୱର୍ଦ୍ଧନା ଦିଆଯାଇଛି । ଉପସ୍ଥିତ ଅତିଥି ମାନେ ଶ୍ରୀ ମହାପାତ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିବା ବେଳେ ତାଙ୍କ ଦ୍ୱାରା ରଚିତ ଶିଶୁ କବିତା ସଂକଳନ “ଚାଲ ବୁଲିଯିବା କନ୍ଧମାଳ’ ଉନ୍ମୋଚିତ ହୋଇଥିଲା । ଡ଼ଃ ମହାପାତ୍ର କନ୍ଧମାଳ ତଥା ଓଡ଼ିଶାର ଜଣେ ଅଧୁନା ଜଣାଶୁଣା ସାହିତ୍ୟିକ । ତାଙ୍କର କୋଡ଼ିଏରୁ ଉର୍ଦ୍ଧ୍ୱ ବହି ପ୍ରକାଶିତ ହୋଇଥିବା ବେଳେ ବହୁ ପ୍ରତିଷ୍ଟିତ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଏହି ସାରସ୍ୱତ ସମାବେଶରେ ଗଂଜାମର ପୂର୍ବତନ ସଂସ୍କୃତି ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶଙ୍କ, ବିଶିଷ୍ଠ ନାଟ୍ୟକାର ଉମାରମନ ପାଢି, ଦାରିଙ୍ଗବାଡି ବି.ଡି.ଓ ତଥା ସାହିତ୍ୟିକ ଗଦାଧାର ପାତ୍ର, ସାହିତ୍ୟିକ ଦୟାସିନ୍ଧୁ ପରିଡା, ସାହିତ୍ୟିକ ଅରବିନ୍ଦ ପଣ୍ଡା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସଞ୍ଜୟ କୁମାର ଷଡ଼ଙ୍ଗୀ, ମାହେଶ୍ୱରୀ ଦୋରା, ଶରତ ଚନ୍ଦ୍ର ପଣ୍ଡା, ଶିବକ୍ଷନନ୍ଦ ବାରିକ ପ୍ରଭୃତି ଉପସ୍ଥିତ ଥିଲେ ।