ନବରଙ୍ଗପୁର: ସ୍ଥାନୀୟ ତୃପ୍ତି ସମ୍ମିଳନୀ ସଭାକକ୍ଷ ଠାରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ତରଫରୁ ଆମ ଗାଁ ଓ ଆମ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ନବରଙ୍ଗପୁରର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର କାର୍ଯ୍ୟକାରିଣୀ ସଦସ୍ୟ ଡ. ଚନ୍ଦ୍ର ଶେଖର ହୋତା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଗାଳ୍ପିକ ପୂର୍ବତନ ସାହିତ୍ୟ ଏକାଡେମି ସଦସ୍ୟ ଅଶୋକ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ । ଏଥିରେ ଆମ ନବରଙ୍ଗପୁରର ଦିବଂଗତ ସାରସ୍ୱତ ସାହିତ୍ୟ ସାଧକ ମାନକ ବିଷୟରେ ୨୨ଜଣ ସାହିତ୍ୟିକ ନିଜସ୍ୱ ଭିତ୍ତି ପ୍ରବନ୍ଧ ପାଠ କରିଥଲେ । ନବରଙ୍ଗପୁରର ସାହିତ୍ୟ ଏକାଡେମୀ ସଭ୍ୟ ବଲ୍ଲଭ ରାଉତ ପୌରହିତ୍ୟ କରିଥିବା ବେଳେ ରତିକାନ୍ତ ଦୁବେ ମଞ୍ଚ ସଂଯୋଜନା କରିଥଲେ । ଅଧ୍ୟାପକ ଅଖିଳ କୁମାର ଭଟ୍ଟ ଅତିଥି ପରିଚିତ ଦେଇଥିବା ବେଳେ ବଂଶୀଧର ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥଲେ । ଦ୍ୱିତୟ ଅଧିବେଶନରେ ପ୍ରେମ୍ ଚାନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ କବିତା ଆସର ଆୟୋଜନ କରଯାଇଥିଲା । ଏହାକୁ କବୟିତ୍ରୀ ଜାହ୍ନବୀ ପଣ୍ଡା ଓ ଅଧ୍ୟାପିକା ସ୍ୱପ୍ନ ମହାନ୍ତି ସୁନ୍ଦର ଭାବେ ସଂଯୋଜନ କରିଥଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଦିଲ୍ଲୀପ ହୋତା ଓ ସୁଧିରଜ ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଟେଲି ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥଲେ । ଏଥିରେ ୧୮ ଜଣ କବି ଓ କବୟିତ୍ରୀ ନିଜସ୍ୱ କବିତା ପାଠ କରିଥଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ନବରଙ୍ଗପୁର ସାହିତ୍ୟ ସମାଜ ପାଇଁ ଆଜି ଏକ ସ୍ମରଣୀୟ ଦିବସ ଆମ ନବରଙ୍ଗପୁର ସାହିତ୍ୟ ଜଗତର ଜଣେ ଜଣେ ଅମ୍ଳାନ ପ୍ରତିଭା ସେମାନଙ୍କ ସେତେବେଳର ଲେଖନୀ ଚାଳନା ଯୋଗୁଁ ଆଜି ନବରଙ୍ଗପୁର ଜିଲ୍ଳାର ସାହିତ୍ୟ ରାଜ୍ୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ପ୍ରଦାନ କରିଥିଲେ । ସେତେବେଳେ ଅନେକ କଷ୍ଟ ସ୍ୱୀକର କରି ଯେଁଉ ସାହିତ୍ୟ ସୃଷ୍ଟି କରାଯାଇଛି, ଯାହା ଆଜିର ସାହିତ୍ୟିକ ମାନଙ୍କୁ ଅଧିକ ଉତ୍ସାହିତ କରିପାରିବ ବୋଲି ଅନ୍ୟ ଅତିଥିମାନେ ମତ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁର୍ଗା ପାଢ଼ୀ, ରାମ ପ୍ରସାଦ ପାତ୍ର, ଅଖିଳ ଭଟ୍ଟ, ତୁଳସୀ ଦାସ ଗୌଡ଼, ପ୍ରଭଞ୍ଜନ ତ୍ରୀପାଠୀ, ପ୍ରମୁଖ ସହଯୋଗ କରିଥିବା ବେଳେ ଜଗଦୀଶ ତ୍ରୀପାଠୀ ନିରଞ୍ଜନ ମିଶ୍ର, ଡ ପ୍ରଦୀପ ମିଶ୍ର, ପ୍ରଫୁଲ୍ଲ କୁମାର ରାଉତ, ଜେମା ମଣି ବିଷୋୟୀ, ବିଜୟ ଚୌଧୁରୀ, ଗୋପାଳ ମହାରଣା, ପରୀକ୍ଷିତ ସାହୁ, ରମେଶ ଚନ୍ଦ୍ର ନାହାକ, କେଦାରେଶ୍ୱର ପଟ୍ଟନାୟକ ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ ଦୁର୍ଗା ପ୍ରଧାନୀ ଶ୍ରୀନିବାସ ପଟ୍ଟନାୟକ ଗୋପାଳ ପାଣିଗ୍ରାହୀ, ସାଇ ରମେଶ ରାଓ, ଭଟୁଟୁ ବାବୁ ପଟ୍ଟନାୟକ, ରବିକାନ୍ତ ରଘୁରାମ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଭାସିନୀ ମହାନ୍ତି , ସୁଭୋସିତ ମେରେଲିନେ ତୁରୁକ୍ ପ୍ରମୁଖ ଉପସ୍ଥିତ ଥିଲେ ।