ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା

ଭୁବନେଶ୍ୱର: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇପଡ଼ିଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି।

ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଅଭିନେତ୍ରୀ କରାଇବା ଆଳରେ ଅକ୍ଷୟ ପରିଜା ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅକ୍ଷୟ ପରିଜା ଏହି ଯୁବତୀଙ୍କ ନାଁରେ ପାଲଟା ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ଯୁବତୀ ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରୁଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।

Comments (0)
Add Comment