ପାଟଣାଗଡ : ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ବାଗଝରଣ ଗାଁକୁ ଚଢ଼ାଉ କରି ୬ ହଜାର ୨ଶହ କେଜି ମହୁଲ ପୋଚ ନଷ୍ଟ କରିବା ସହ ୨୨୦ଲିଟର ରନ୍ଧା ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଯୁଗେଶ୍ୱର ବରିହା ଏବଂ ଗଙ୍ଗାଧର ବରିହା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି । ଦୀର୍ଘଦିନରୁ ଏମାନେ ଗାଁରେ ରନ୍ଧା ମଦ କାରବାର କରିଥୁଲୁ । ଏନେଇ ଖବର ପାଇଁ ଅତର୍କିତ ଭାବେ ସକାଳ ସମୟରେ ଚଢ଼ାଉ କରି ମଦ ଜବତ କରିବା ସହ ମହୁଲ ପୋଚ ସହ ରନ୍ଧା ସାମଗ୍ରିକ ନଷ୍ଟ କରିଥିଲେ । ଅବକାରୀ ବିଭାଗ ପୃଥକ୍ ପୃଥକ୍ ଭାବେ କେଶ ନଂ ୭୭/୭୮.୨୦୨୨-୨୩ ରେ ଏକ ମାମଲା ରୁଜୁ କରି ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । କେତେଦିନ ହେବ ଅଞ୍ଚଳରେ ବେଆଇନ ମଦ କାରବାର ବୃଦ୍ଧି ପାଉଥିବା ବେଳେ ନୂତନ କରି ଅବକାରୀ ଅଧିକାରୀ ଶ୍ରୀ ଦାସ ଯୋଗଦାନ ପରେ କ୍ରମାଗତ ଭାବେ ଚଢ଼ାଉ ଜାରି ରହିଛି, ଯାହାଙ୍କୁ ନେଇ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ବେଶ ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ ।