କଲରାପତରିଆ ବାଘ ଛାଲ ସହ ୭ ଗିରଫ

କରଞ୍ଜିଆ : କଲରାପତରିଆ ବାଘ ଛାଲ ମୁଲଚାଲ ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ୭ ଜଣଙ୍କୁ ଗିରଫ କରିଛି । ଘଟଣାରୁ ଜଣାପଡିଛି କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଦୁଧିଆଣି ବନାଞ୍ଚଳ ଯଶିପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ବିଳମ୍ବିତ ରାତ୍ର ପ୍ରାୟ ୧୦.୩୦-୧୧ଟା ସମୟରେ ଏକ କଲରାପତରିଆ ବାଘ ଛାଲ ମୁଲଚାଲ ହେବା ଖବର ଜଙ୍ଗଲ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଜାଣି ପାରିଥିଲା । ଜଙ୍ଗଲ ବିଭାଗ କର୍ମଚାରୀଗଣ ସାଧା ପୋଷାକରେ ସେଠାରେ ପହଞ୍ଚି ଜିନିଷ କିଣିବା ବାହାନାରେ ସେମାନଙ୍କ ସହ ମୁଲଚାଲ କରୁଥିବା ସମୟରେ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିବା ୪ ଜଣଙ୍କୁ ମାଡ଼ି ବସି ଥିଲେ । ସେମାନଙ୍କ ନିକଟରୁ ବାଘ ଛାଲ ସହ ଏକ ଆଲ୍‌ଟୋ କାର ମଧ୍ୟ ଜବତ୍‌ କରି ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟ ଠାରେ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ଫଳ ସ୍ୱରୁପ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅଞ୍ଚଳରୁ ଏହି ରାକେଟରେ ସଂପୃକ୍ତ ଥିବା ପୁଣି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବିଷୟ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ପ୍ରକାଶ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଛଡ଼ା ଜଣେ ଖବରଦାତା ମଧ୍ୟ ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୪ ଜଣ ଯଶିପୁର ଅଞ୍ଚଳର,୩ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମଟି ଦୁଧିଆଣି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ହେବା ସହ ତାଙ୍କ ସହ ଜଙ୍ଗଲ ବିଭାଗର କିଛି କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ ।

Comments (0)
Add Comment