ବିପଦ ସଂକୁଳ ଅବସ୍ଥାରେ ରହିଛି ରାସ୍ତାକଡରେ ଶୁଖିଲା ଗଛ, କାଟି ସଫା କରିବାକୁ ଦାବି

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ସହ ଅନେକ ମୁଖ୍ୟ ସଡ଼କ ସଂଯୋଗ କରୁଛି ।ସେପଟେ ଦେଖିଲେ କଳିଙ୍ଗା ଦେଇ ବିଜୟୱାଡ଼ା ରାଞ୍ଚି କୋରିଡୋର ସହିତ ଘୁ ଉଦୟଗିରି ଦେଇ ମୁଖ୍ୟ ରାସ୍ତା ସଂଯୋଗ କରୁଛି, ପ୍ରତିଦିନ ଶହ ଶହ ଯାନବାହନ ଯିବା ଆସିବା ସହିତ ଶହଶହ ଲୋକ ଯିବା ଆସିବା କରୁଛନ୍ତି । ପ୍ରାକୃତିକ ସୌନ୍ଦଯ୍ୟରେ ପରିପୂର୍ଣ୍ଣ ଏହି ଅଞ୍ଚଳକୁ ଅଧିକ ସୁନ୍ଦର୍‌ ସରସ କରିବା ପାଇଁ ବନ ବିଭାଗ ନିଜ ଚେଷ୍ଟାରେ ଗଛ ଲଗେଇବା ସହିତ ଅନେକ ଉପକାରୀ ଗଛ ମଧ୍ୟ ଲଗାଇଛି । କିନ୍ତୁ ରାସ୍ତା କଡରେ ଥିବା ମରିଯାଇଥିବା ଗଛ ପ୍ରତି ବନ ବିଭାଗର ନଜର ରହୁନାହିଁ । ଏହି ଗଛଗୁଡିକ ଏବେ ପଥିକମାନଙ୍କ ପାଇଁ କାଳ ଭାବେ ଛିଡା ହୋଇଛନ୍ତି । ସୂଚନା ଅନୁସାରେ ରାଇକିଆ ଠାରୁ ଘୁ ଉଦୟଗିରି ପର୍ଯ୍ୟନ୍ତ ପାଖାପାଖି ୧୦ରୁ ୧୨ ଗୋଟି ଛୋଟବଡ ଶୁଖିଲା ଗଛ ରାସ୍ତା କଡ଼ରେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଘୁ ଉଦୟଗିରି ଠାରୁ କଳିଙ୍ଗା ଓ କଳିଙ୍ଗା ଠାରୁ ଟିକାବାଲି ମଧ୍ୟ ଅନେକ ଶୁଖିଲା ଗଛ ରହିଛି ।ଏହି ବର୍ଷା ଦିନମାନଙ୍କରେ ଅନେକ ଶୁଖିଲା ଡାଳ ରାସ୍ତା ଉପରେ ପଡି ରହିଥିବା ନଜରକୁ ଆସିଛି । ଦୁର୍ଭାଗ୍ୟର ବିଷୟ ଯେ ବିଗତ କିଛି ମାସ ପୂର୍ବରୁ ଟିକାବାଲି ଠାରୁ ଘୁ ଉଦୟଗିରି ଆସୁଥିବା ଜଣେ ପଥଚାରୀଙ୍କ ଉପରେ ଶୁଖିଲା ଗଛ ପଡିଯିବାରୁ ତାଙ୍କର ହାତ ଭାଙ୍ଗିଯାଇଥିଲା । ତାଙ୍କର ହାତ ଏ ପର୍ଯ୍ୟନ୍ତ ମଧ୍ୟ ଠିକ୍‌ ହୋଇନାହିଁ । ସେ ଜଣେ ଗରିବ ବ୍ୟକ୍ତି ହୋଇଥିଲେ ମଧ୍ୟ ଏ ନେଇ କାହାକୁ କହିବେ, ନିଜ ଭାଗ୍ୟ ଆଦାରି ସେ ରହିଛନ୍ତି । ତେଣୁ ବନ ବିଭାଗ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରାସ୍ତ କଡରେ ଥିବା ଶୁଖିଲା ଗଛଗୁଡିକୁ ଅତିଶୀଘ୍ର କାଟି ସଫା କରିବାକୁ ସାଧାରଣରେ ଦାବି ହେଉଛି ।

Comments (0)
Add Comment