ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କରରେ ଚଳିତବର୍ଷ ଆସନ୍ତା ମଇ ୧୪.ରୁ ୧୬ ପର୍ଯ୍ୟନ୍ତ ବୈଶାଖ ମେଳା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହି ମେଳାକୁ ସରକାର ଅଣଦେଖା କରୁଥିବା ଏବଂ ଆଜି ପର୍ଯ୍ୟନ୍ତ ପ୍ରସିଦ୍ଧ ହରିଶଙ୍କର ବୈଶାଖ ମେଳାକୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ମାନ୍ୟତା ଦିଆଯାଉ ନଥିବାରୁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ନିନ୍ଦା କରାଯାଇଛି । ହରିଶଙ୍କର ମନ୍ଦିରରୁ ବାର୍ଷିକ ଆୟ ହାରାହାରି ୫୦ରୁ ୬୦ ଲକ୍ଷ ଟଙ୍କାରୁ ବେଶି ଟଙ୍କା ଆୟ ହେଉଛି । ହେଲେ ସ୍ଥାନୀୟ ଦେବଦତ୍ତର ବିଭାଗ ପକ୍ଷରୁ ପରିଚାଳିତ ହେଉଥିବା ବୈଶାଖ ମେଳା ପାଇଁ କେବଳ ଲକ୍ଷେରୁ ଦୁଇ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପ୍ରଶ୍ନ କରାଯାଇଛି । ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ବୈଦ୍ଧ ବିହାର ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏବଂ କୋଶଳାଞ୍ଚଳର ଅନ୍ୟ ତମ ବର୍ଷ ତମାମ ଭ୍ରମଣ ଯୋଗ୍ୟ ପୀଠ ହୋଇଥିବାରୁ ବାର୍ଷିକ ହାରାହାରି ଆୟ ହାରାହାରି ୫୦ରୁ ୬୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଆୟ ହେଉଛି । ପ୍ରକାଶ ଯେ ପୁରୀ ରଥଯାତ୍ରା, କଟକ ବାଲିଯାତ୍ରା, କୋଣାର୍କ ମହୋତ୍ସବ ଓ ପୁରୀ ବେଳାଭୂମି ମହୋତ୍ସବ ପାଇଁ ଶହ ଶହ କୋଟି ଟଙ୍କାର ଅନୁଦାନ ଦେଉଥିବା ଆମ ଐତିହାସିକ ପ୍ରସିଦ୍ଧ ହରିଶଙ୍କର ଐତିହାସିକ ବୈଶାଖ ମେଳା ପାଇଁ ମାତ୍ର ୧ ରୁ ୨ ଲକ୍ଷ ଟଙ୍କା ଦିଆଯାଇଛି ଯାହାକି ସମୁଦ୍ର କୁ ଶଂଖେ ପାଣି ଭଲି ନୁହେଁ କି ଓ ଏପରି ଅନ୍ୟାୟ କାହିଁକି ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ପ୍ରଶ୍ନ କରିଛି । ପଶ୍ଚିମ ଓଡ଼ିଶାର ଲୋକଙ୍କ ଆସ୍ଥା ସ୍ୱାର୍ଥ ପାଇଁ ହରିଶଙ୍କର ବୈଶାଖ ମେଳା ମାନ ବୃଦ୍ଧି ପାଇଁ ଏକ କୋଟି ଟଙ୍କା ମଞ୍ଜୁର ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏକ ସ୍ମାରକପତ୍ର ମୂଖ୍ୟମନ୍ତ୍ରୀ ଦେବୋତ୍ତର କମିଶନ, ବଲାଙ୍ଗୀର ଜିଲ୍ଲାପାଳଙ୍କ ଉଦେଶ୍ୟର ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ଅନୁପସ୍ଥିତ ଥିବା ହେତୁ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରିଥିଲେ । ଆଗାମୀ ୭.୫.୨୦୨୨ ସୁଦ୍ଧା ଅନ୍ୟୁନ ଅନୁଦାନ ଏକ କୋଟି ଟଙ୍କା ମଞ୍ଜୁର କରାନଗଲେ ଏହାର ପ୍ରତିବାଦରେ ଆସନ୍ତା ୯.୫.୨୦୨୨ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଧାରଣ ଦେବାକୁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବି ପତ୍ର ପ୍ରଦାନ ସମୟରେ କୋଶଳ ମୁକ୍ତି ମୋର୍ଚ୍ଚା ସଭାନେତ୍ରୀ ଲକ୍ଷ୍ମୀ ଶବର, ଆବାହକ ସୁଶିଲ କୁମାର ଗୁରୁ, ଡିଙ୍ଗର କୁମ୍ଭାର, ସୁବାଷ ଆଚାର୍ଯ୍ୟ, ଅଚ୍ୟୁତ ସିପୁନ ଖମାରୀ, ଗିରିରାଜ ଭୋଇ, ବନମାଳୀ ନାଏକ,କାଶିନାଥ ମେହେରଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।