ବଢିଲା ସଂକ୍ରମଣ, କଡାକଡି ହେଲା କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ସର୍ବାଧିକ ରହୁଛି । ତେଣୁ ଭୁବନେଶ୍ୱର ମହାନଗରରେ ବିଏମସି ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ ଦୋକାନୀକୁ ଭିଡ କରିବାକୁ ମନା କରାଯାଇଛି । ଦୋକାନ ଆଗାରେ ଯେପରି ଭିଡ ନହେବ, ସେ ନେଇ ବିଏମସି ତାଗିଦ୍ କରିଛି । ଦୋକାନୀ ଭିଡ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସେହିପରି କୌଣସି ସପିଂ ମଲ୍, ଦୋକାନରେ ମଧ୍ୟ ଭିଡ ନକରିବାକୁ ମଧ୍ୟ ତାଗିଦ୍ କରାଯାଇଛି ।

ମଲ୍ କର୍ତ୍ତୃପକ୍ଷ ନିଶ୍ଚିନ୍ତ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର କରିବେ । କୋଭିଡ୍ କଟକଣା ନିଶ୍ଚିନ୍ତ ପାଇଁ ସବୁ ମଲ୍ ଜଣେ ସ୍ୱତନ୍ତ୍ର ଅଧିକାରୀ ରଖିବେ । କୋଭିଡ୍ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନକୁ କଡା ନିର୍ଦ୍ଦେଶ ହୋଇଛି । ଯଦି କେହି ନିୟମ ଉଲଂଘନ କରନ୍ତି, ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ତାଗିଦ୍ କରିଛି । 

Comments (0)
Add Comment