ବରିଷ୍ଠ ନାଗରିକଙ୍କ ତୀର୍ଥ ସ୍ଥାନ ଭ୍ରମଣ

ଗଞ୍ଜାମ/ବ୍ରହ୍ନପୁର: ବ୍ରହ୍ମପୁରସ୍ଥ ଲାଂଜିପଲ୍ଲୀ ବରିଷ୍ଠ ନାଗରିକ ମଂଚ ତରଫରୁ ମଂଚର ପ୍ରତିଷ୍ଠାତା ସଭ୍ୟ ଶ୍ରୀ କେ କ୍ରିଷ୍ଣା ରାଓଙ୍କ ତତ୍ତ୍ୱାବଧାନରେ ସର୍ବଶ୍ରୀ ସୂର୍ଯ୍ୟ ନାରାୟଣ ମହାନ୍ତି, ବିଭୂତି ଭୂଷଣ ବେହେରା, ସୁଜନ ଶୁକ୍ଳ, ଶାନ୍ତନୁ କୁମାର ମିଶ୍ର, ପ୍ରଫୁଲ କୁମାର ପାତ୍ର, ରବୀନ୍ଦ୍ର ନାଥ ତ୍ରିପାଠୀ, ସୀତାରାମ ତ୍ରିପାଠୀ, ସହଦେବ ସାହୁ, ଝୁଲଣୀ ବେହେରା, ଗୋବିନ୍ଦ ନାହାକ, ରବୀନ୍ଦ୍ର ନାୟକ,ପ୍ରଫୁଲ ମହାରଣା,ପୁରନ୍ଦର ମହାଙ୍କୁଡଙ୍କ ସମେତ ପ୍ରାୟ ୫୦ ଜଣ ସଦସ୍ୟ ପ୍ରସିଦ୍ଧ ଘଟଗାଁ ତାରିଣୀ, ଛୋଟ ଘାଘରା, ବଡ ଘାଘରା, ଖିଚିଙ୍ଗ, ଜଗନ୍ନାଥ ଧାମ, ଲିଙ୍ଗରାଜ ଆଦି ତୀର୍ଥ ସ୍ଥାନ ପ୍ରଦର୍ଶନ କରିବା ପାଇଁ ଆଜି ରାତ୍ର ୧୧ଘଣ୍ଟ ସମୟରେ ବ୍ରହ୍ମପୁର ଠାରୁ ବିଶାଖା ପାଟଣା-ଟାଟା ନଗର ଏକ୍ସପ୍ରେସ ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରକାଶଥାଉ କି ସେମାନେ ବ୍ରହ୍ମପୁର ଉପକଣ୍ଠ କନିଷି ଗ୍ରାମର ପ୍ରାୟ ୧୦ ଜଣ ବରିଷ୍ଠ ଦିବ୍ୟାଙ୍ଗ ପୁରୁଷ ଓ ମହିଳାଙ୍କୁ ମଧ୍ୟ ସାହାଯ୍ୟ କରି ସାଥିରେ ନେଇ ଯାତ୍ରା କରିଛନ୍ତି । ସେମାନଙ୍କର ଯାତ୍ରାର ସଫଳତା ପାଇଁ ସକାଳ ୭ ଘଣ୍ଟ ସମୟରେ ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପରିସରରେ ମଞ୍ଚ ସଭାପତି ପ୍ରଫେସର ଭାସ୍କର ପାଢୀ ଏବଂ କୋଷାଧକ୍ଷ ତଥା ବ୍ୟାୟାମ ଗୁରୁ ଶିବରାମ ପାଣିଗ୍ରାହୀଙ୍କ ସମେତ ବହୁ ସଦସ୍ୟ ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭ କାମନା କରି ସମୁହ ଭାବରେ ସଫଳା ମନ୍ତ୍ର ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରା ଯାଇଥିଲା ।

Comments (0)
Add Comment