ମହିଳା ସ୍ନାତକ ମହା ବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଏନଏସଏସ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କର ବକ୍ତବ୍ୟରେ କହିଥିଲେ ସାମ୍ପ୍ରତିକ କାଳରେ ନାରୀ କିଭଳି ସଶକ୍ତିକରଣ ହେବା ସହ ପରିସ୍ଥିତିର ମୁକାବିଲା ପାଇଁ ସଚେତନ ହେବା ଆବଶ୍ୟକ ସେହି ସମ୍ପର୍କରେ ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ । ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଅନ୍ତର୍ଜାତୀୟ ମହିଳା ଦିବସ ଇତିହାସ ଓ ଭାରତୀୟ ନାରୀ ମାନଙ୍କର ଅବଦାନ ସମ୍ପର୍କରେ ଉଦବୋଧନ ଦେଇଥିଲେ । ସମାଜରେ ନାରୀ ଯେତେ ଶିକ୍ଷିତ ହେବ ସମାଜର ଉନ୍ନତି ସେତିକି ହେବ ବୋଲି ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଶେଷରେ ଏନଏସଏସର ପ୍ରୋଗ୍ରାମ ଅଫିସର ଡକ୍ଟର ଭାରତୀ ପାଣିଗ୍ରାହୀ ୨୦୨୨ ବର୍ଷ ର ଅନ୍ତର୍ଜାତୀୟ ମହିଳା ଦିବସର ବିଷୟବସ୍ତୁ ଲିଙ୍ଗଗତ ସମାନତା ଆଗାମୀ ଭବିଷ୍ୟତ ପାଇଁ ସମ୍ପର୍କରେ ନିଜର ବକ୍ତବ୍ୟ ରଖିବା ସହ ଅତିଥି ମାନଙ୍କୁ ସଭା ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment