ଫୁଲବାଣୀ:-କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ, ଜୋରକୁଳ,ବିଳିପଡ଼ା, ବାଙ୍କୀ ତରଫରୁ ଷୋଡଶ ବାର୍ଷିକ ଉତ୍ସବ ଅବସରରେ ଆଦର୍ଶ ଶିକ୍ଷକ ଫକୀର ମୋହନ ଭଞ୍ଜ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀର ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ଓ ଉଦଘାଟକ ବାଙ୍କୀର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ବିଶ୍ୱାଳ ଯୋଗଦେଇ ସମ୍ୱର୍ଦ୍ଧିତ ପ୍ରତିଭା ଡ଼ଃ ମହାପାତ୍ରଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ପ୍ରଫୁଲ କୁମାର ସାହୁଙ୍କ ସଭାପତିତ୍ୱରେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବହାଦୁର ପାଟ୍ଟଶାଣୀ, ଗବେଷକ ଡ଼ଃ ରବି ନାରାୟଣ ପଣ୍ଡା, ବିଶିଷ୍ଠ କବି ଭାରତ ଚନ୍ଦ୍ର ବେହେରା, ବାଙ୍କୀ ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ଭବାନୀ ପ୍ରସାଦ ହୋତା, ସାହିତ୍ୟିକ କୌଶିକ ନାୟକ ଉପସ୍ଥିତ ଥିଲେ । ସମ୍ପାଦକ କବିରତ୍ନ ବିଦ୍ୟାଧର ଖଟୁଆ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସାଗର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପୂର୍ବରୁ ଡ଼ଃ ମହାପାତ୍ର ସାହିତ୍ୟ ରତ୍ନ ପୁରସ୍କାର, ଶିଶିର ବିନ୍ଦୁ ପୁରସ୍କାର ପ୍ରଭୃତି ବହୁ ସମ୍ମାନ ଓ ସମ୍ୱର୍ଦ୍ଧନା ପାଇଛନ୍ତି । ଫୁଲବାଣୀ ସରକାରୀ ଆଇଟିଆଇରେ ସହକାରୀ ତାଲିମ ଅଧିକାରୀ ଥିବା ଡ଼ଃ ମହାପାତ୍ର ଓଡିଶା ସାହିତ୍ୟରେ ଜଣେ ଜଣାଶୁଣା ନାମ । ତାଙ୍କର କୋଡ଼ିଏରୁ ଅଧିକ ପୁସ୍ତକ ବି ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ଏହି କୃତିତ୍ୱ ପାଇଁ ଫୁଲବାଣୀର ସାହିତ୍ୟିକ ମାନେ ଶୁଭେଚ୍ଛା ଦେବା ସହ ବରିଷ୍ଠ କବି କୈଳାଶ ଚନ୍ଦ୍ର ଧଳ ଅଜସ୍ର ଅଭିନନ୍ଦନ ଜଣାଇଛନ୍ତି ।