ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ

ଦଶପଲ୍ଲା : ଚିକିତ୍ସାଧୀନ ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ଦଶପଲ୍ଲା ପୋଲିସ୍‌ ୧୦/୨୨ରେ ଅପମୃତ୍ୟୁ ମାମଲା ରୁଜୁକରି ଶବ ସୁରକ୍ଷିତ ଭାବେ ସାଇତି ରଖିବା ସହିତ ପରିଚୟ ପାଇବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛି । ସୂଚନାଯୋଗ୍ୟ ଯେ, ବୃଦ୍ଧା ଜଣକୁ ରଥଯାତ୍ରା ସମୟରେ ଅସହାୟା ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର କରି ସୀତାରାମ ୟୁଥ୍‌ କ୍ଲବର ସଦସ୍ୟ ମାନେ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

Comments (0)
Add Comment