ଗାଁ ଗାଁରେ ଚାଲିଛି ପ୍ରାର୍ଥୀଙ୍କ ବୈଠକ ଓ ମୂଲଚାଲ !

ଦଶପଲ୍ଲା : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ପ୍ରାର୍ଥୀ ମାନେ ନିଜର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ମାରି ନିଜର ଭୋଟ ଚିହ୍ନକୁ ଭୋଟରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ପ୍ରଚାରରେ ଲାଗିଥିବା ବେଳେ ଦିନ ହେଉ କି ରାତି , ଗାଁ ଗାଁ ରେ ଚାଲିଛି ବୈଠକ ଏବଂ ମୁଲଚାଲ ଏହାସହ ନିୟମ ପ୍ରମାଣ । ବିଶେଷ ଭାବେ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ । ଦଳୀୟ ଓ ଟଙ୍କା ଥିବା ପ୍ରାର୍ଥୀମାନେ ଛୋଟ ଛୋଟ ଗାଁ ବସାଇ ହଣ୍ଡାହାଣ୍ଡି ଦେଉଥିବା ବେଳେ କେଉଁଠି ଭୋଟ ହାତେଇବା ପାଇଁ ଦିଆଯାଉଛି ମାଇକ୍‌ ସେଟ ତା ସହିତ ଭୋଟ ପାଇଁ ନୋଟ । ଭୋଜିଭାତର ଆସର ବି ଚାଲିଛି । ଦଳିୟ ନେତାମାନେ ନିଜର ପ୍ରାର୍ଥୀ ମାନଙ୍କୁ ବିଜୟ କରିବା ପାଇଁ ପ୍ରଚାର ସହ ଅର୍ଥ କାରବାର ଆରମ୍ଭ କରିଦେଇଥିବା ବେଳେ ବିଭିନ୍ନ ସ୍ଥାନରେ ସଭାକରି ନିଜ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ମାତ୍ର ଭୋଟର, ଭୋଟ ପାଇଁ ନୋଟକୁ ଅପେକ୍ଷା କରି ବସିଥିବା ବେଳେ ଆଗକୁ କିଏ ବିଜୟ ହେଉଛି ତାହା ଦେଖିବାକୁ ବାକି ରହିଛି ।

Comments (0)
Add Comment