ନବରଙ୍ଗପୁର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଓଡିଶା ମାଟିର ଗୌରବ ଡ଼ଃ ସଦାଶିବ ତ୍ରିପାଠୀଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଆଜି ସକାଳ ଆଠ ଘଣ୍ଟ ସମୟରେ ଜିଲ୍ଲାପାଳ ଡ଼ଃ କାମଳ ଲୋଚନ ମିଶ୍ର, ଏଡିଏମ ଭାସ୍କର ରଇତ, ମୁନିସିପାଲିଟି ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଥ, ପୌର ପରିଷଦ ଅଧ୍ୟକ୍ଷ କୁନୁ ନାୟକ, ସଂଗ୍ରାମୀଙ୍କ ଦାୟଦ କେଦାରନାଥ ତ୍ରିପାଠୀ, ଗଣେଷ ଦାସ, ପ୍ରେମ ଚାନ୍ଦ ପଟ୍ଟନାୟକ, ମୁନିସିପଲିଟୀ କର୍ମକର୍ତ୍ତା, ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଡ଼ଃ ତ୍ରୀପାଠୀ ଜଣେ ଉତ୍ସାଗ୍ରିକୃତ ସ୍ୱାଧୀନତା ସଂଗ୍ରାମୀ ଓ ଉଦାରବାଦି ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ ।