ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଓ ସଂଖ୍ୟାଲଘୁ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ସାକ୍ଷାତ

ଘୁ.ଉଦୟଗିରି: ମାନ୍ୟବର କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ଜନ ବାର୍ଲ୍ଲାଙ୍କ କନ୍ଧମାଳ ଗସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ ୯ ତାରିଖ ଦିନ ଘୁ.ଉଦୟଗିରି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ପୂର୍ବତନ କନ୍ଧମାଳ ସାଂସଦ ରାଜେଶ୍ୱରୀ ସିଂ ସହ ସ୍ଥାନୀୟ ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜନ କଲ୍ୟାଣ ସମାଜର କର୍ମକର୍ତ୍ତା ତଥା ବିଶୋପ ବାଞ୍ଛାନିଧି ନାୟକ, ବିଶୋପ ଦିଲୀପ କୁମାର ବଳ, ସମ୍ପାଦକ ସୁରଞ୍ଜନ ନାୟକ, ସଦସ୍ୟ ଦିପେସ କୁମାର ନାୟକ, ରସାନନ୍ଦ ନାୟକ, ରଞ୍ଜନ ନାୟକ, ଆଇନଜିବୀ ରାମା ରାଓ, ପ୍ରେମ ପ୍ରକାଶ ସିଂ, ଆମୋସ ନାୟକ, ଇଲିୟାସ ନାୟକ, ଆଲୋକ ଚନ୍ଦ୍ର ନାୟକ, ଭୀମସେନ ନାୟକ ପ୍ରମୁଖ ମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ଭାବରେ ଭେଟି ସଂଖ୍ୟାଲଘୁ ସମ୍ପ୍ରଦାୟ ଜନସାଧାରଣଙ୍କର ବିକାଶ ନିମନ୍ତେ ସ୍ୱତନ୍ତ୍ର ଯୋଜନା ନିମନ୍ତେ ଅନୁରୋଧ କରିଥିଲେ । ତା’ ସହ କନ୍ଧମାଳ ତଥା ଓଡ଼ିଶାର ସଂଖ୍ୟାଲଘୁବର୍ଗଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ବିଶୋପ ଦିଲୀପ କୁମାର ବଳ ସମାଜ ତରଫରୁ ଏକ ଲିଖିତ ଦାବୀପତ୍ର ଦେବା ସହ ତା’ର ସମାଧାନ କରିବା ନିମନ୍ତେ ଅନୁରୋଧ କରିଥିଲେ । କିଛି ସମୟ ଆଲୋଚନା ପରେ ମାନ୍ୟବର ମନ୍ତ୍ରୀ ସମସ୍ୟା ଗୁଡ଼ିକର ଅନୁଧ୍ୟାନ କରି ତା’ର ନିଶ୍ଚିତ ସମାଧାନ କରାଯିବ ବୋଲି କହିବା ସହ ସଂଖ୍ୟାଲଘୁବର୍ଗଙ୍କ ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ସାକ୍ଷାତ ଓ ଆଲୋଚନା ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ।

Comments (0)
Add Comment